ଓଡିଶା

odisha

ETV Bharat / state

ଲକଡାଉନ ମାନୁ ନାହାନ୍ତି ହାତୀପଲ, ଗାଁରେ ପଶି ନଷ୍ଟ କଲେ ପନିପରିବା - ଉଲୁଣ୍ଡା ବ୍ଳକ ସିଂଣ୍ଡୋଲ ଗାଁରେ ହାତୀପଲଙ୍କ ଆତଙ୍କ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସିଂଣ୍ଡୋଲ ଗାଁରେ ହାତୀପଲଙ୍କ ଦ୍ବାରା ବ୍ୟାପକ ପରିମାଣର ପନିପରିବା ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

vegetables
କୋରୋନା ଭୟରେ ଲୋକେ ଲକଡାଉନ

By

Published : Mar 31, 2020, 12:59 PM IST

ସୁବର୍ଣ୍ଣପୁର: କୋରୋନା ଭୟରେ ସବୁକିଛି ବନ୍ଦ ରହିଥିବାବେଳେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଓ ପନିପରିବା ନେଇ ନାନାଦି ହଇରାଣ ହେଉଛନ୍ତି । ମାତ୍ର ଅନ୍ୟପଟେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସିଂଣ୍ଡୋଲ ଗାଁରେ ହାତୀପଲଙ୍କ ଆତଙ୍କ ଦେଖିବାକୁ ମିଳିଛି । ହାତୀପଲମାନେ ଗାଁରେ ପଶି ବ୍ୟାପକ ପରିମାଣର ପନିପରିବା ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

ବ୍ୟାପକ ପରିମାଣର ପନିପରିବା ଫସଲ ନଷ୍ଟ

ସୂଚନା ଅନୁସାରେ, ଗତକାଲି(ସୋମବାର) ରାତିରେ ଦଳେ ହାତୀ ପଲ ଗାଁକୁ ଭିତରକୁ ପଶିଆସି ପନିପରିବା ଖାଇବା ସହ ଦଳି ମକଚି ଅନେକ ପରିବା ନଷ୍ଟ କରି ଦେଇଛନ୍ତି । ରବି ଋତୁରେ ପ୍ରାୟ 5 ଏକର ପରିମିତ ଜମିରେ ଚାଷୀମାନେ ତରଭୁଜ , ଲାଉ , ମାଖନ, ଟମୋଟୋ ଆଦି ପନିପରିବା ଚାଷ କରିଥିବାବେଳେ ହାତୀ ପଲ ସବୁକିଛି ନଷ୍ଟ କରି ଦେଇଛନ୍ତି । ନିକଟସ୍ଥ ସିଂହାସନ ଜଙ୍ଗଲରେ ହାତୀମାନେ ନିଜ ବାସସ୍ଥାନ କରିଥିବା ବେଳେ ଅଧିକାଂଶ ସମୟରେ ଜନବସତି ମୁହାଁ ହେବାରୁ ଅନେକ ଧନଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।

ବ୍ୟାପକ ପରିମାଣର ପନିପରିବା ଫସଲ ନଷ୍ଟ
ଉଜୁଡି ଗଲା ଫସଲ

ହାତୀମାନେ ଘରଦ୍ବାର ଭାଙ୍ଗିବା ସହ ଚାଷଜମି ନଷ୍ଟ କରୁଛନ୍ତି । ଉଲୁଣ୍ଡା ବନ ବିଭାଗର ଫରେଷ୍ଟର ଗୋବିନ୍ଦ କୌରଙ୍କ ନେତୃତ୍ବରେ ଏକ 4 ଜଣିଆ ବନ କର୍ମଚାରୀ ଦଳ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ହାତୀମାନଙ୍କୁ ଜନ ବସତି ଭିତରକୁ ଆସି ନଦେବା ପାଇଁ ଟ୍ରେଂଜ ଖୋଲିବା ପାଇଁ ଦାବି ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details