ସୁବର୍ଣ୍ଣପୁର:ବିନିକା ବ୍ଲକ ସିନ୍ଦୁରପୁର ଗାଁରେ ହାତୀଙ୍କ ଉପଦ୍ରବ । ଧାନ ଅମଳ ସମୟରେ ହାତୀ ଫସଲ ଖାଇ ଯାଉଥିବା ବେଳେ ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ କରୁଛନ୍ତି । ଏନେଇ ତିନିରାତି ଉଜାଗର ରହି ବନ କର୍ମଚାରୀଙ୍କ ସହିତ ସାମିଲ ହୋଇ ହାତୀ ଘଉଡାଉଛନ୍ତି ଗ୍ରାମବାସୀ । ଉଲୁଣ୍ଡା ବ୍ଲକ ସିଂଢୋଲ ଅଞ୍ଚଳରୁ ହାତୀ ପଲ ମହାନଦୀ ପାର ହୋଇ ନଦୀ କୁଳିଆ ଅଞ୍ଚଳରେ ହୋଇଥିବା ଧାନ ଫସଲକୁ ନଷ୍ଟ କରୁଛନ୍ତି ।
ବିନିକା ଅଞ୍ଚଳରେ ହାତୀ ଉପଦ୍ରବ, ଉଜାଗର ଚାଷୀ - subarnapur binika area
ବିନିକା ବ୍ଲକ ସିନ୍ଦୁରପୁର ଗାଁରେ ହାତୀଙ୍କ ଉପଦ୍ରବ । ଏନେଇ ତିନିରାତି ଉଜାଗର ରହି ବନ କର୍ମଚାରୀଙ୍କ ସହିତ ସାମିଲ ହୋଇ ହାତୀ ଘଉଡାଉଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...
ବିନିକା ଅଞ୍ଚଳରେ ହାତୀଙ୍କ ଉପଦ୍ରବ, ଉଜାଗର ଚାଷୀ
ତେବେ ଚାଷୀମାନେ ନିଆଁ ହୁଳା ଜାଲି, ଘଣ୍ଟ ,ଟିଣ ଆଦି ବଜାଇ ଲାଇଟ ମାରି ଦିନରାତି ହାତୀ ଘଉଡାଇବାରେ ଲାଗିଛନ୍ତି । ତେବେ ସିଂହାସନ ଜଙ୍ଗଲରେ ଟ୍ରେଞ୍ଚ ଖୋଲା ନଯିବା ତଥା ହାତୀ ବାରଣ ପାଇଁ ବ୍ୟବହାର ହେଉଥିବା ବିଦ୍ୟୁତ ତାର ଲଗାଯାଉ ନ ଥିବାରୁ ହାତୀ ଜଙ୍ଗଲରୁ ବାହାରି ଜନବସତି ଆଡକୁ ମାଡି ଆସୁଛନ୍ତି ବୋଲି ଅଭିଯୋଗ ହୋଇଛି । ଫଳରେ ଚାଷୀମାନେ ବାଧ୍ୟ ହୋଇ ହାତୀ ଖେଦା କରି ନିଜ ଫସଲ ରକ୍ଷା କରିବାକୁ ପ୍ରୟାସ କରୁଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ