ସୁବର୍ଣ୍ଣପୁର: ବିନିକା ବ୍ଲକ ଅନ୍ତର୍ଗତ ସିନ୍ଦୁରପୁର ପଂଚାୟତରେ ହାତୀଙ୍କ ଉପଦ୍ରବ । ଗତରାତିରେ ମହାନଦୀ ନିକଟ ଚାଷଜମିରେ ପଶି ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କଲେ ହାତୀପଲ । ତେବେ ଏହି ହାତୀପଲ ସିଂଢୋଲ ଜଙ୍ଗଲରୁ ମହାନଦୀ ପାରି ହୋଇ ଆସିଥିବା ଜଣାପଡ଼ିଛି । ପରେ ହାତୀ ପଲ ସିନ୍ଦୁରପୁର ଓ ଗଣେଶପୁର ହୋଇ ପୁଣି ସିଂଢୋଲ ଜଙ୍ଗଲକୁ ଚାଲି ଯାଇଥିବା ସୂଚନା ମିଳିଛି। ଯିବା ବାଟରେ ବହୁତ ଗୁଡିଏ ଚାଷ ଜମି ଦଳିମକଚି ନଷ୍ଟ କରି ଦେଇଛନ୍ତି।
ଦୀର୍ଘ 35 ବର୍ଷ ପରେ ବିନିକାରେ ମାତିଲେ ହାତୀ, ନଷ୍ଟ କଲେ ଏକର ଏକର ଫସଲ - subarnapur, binika area
ବିନିକା ବ୍ଲକ ଅନ୍ତର୍ଗତ ସିନ୍ଦୁରପୁର ପଞ୍ଚାୟତରେ ହାତୀଙ୍କ ଉପଦ୍ରବ । ଚାଷଜମିରେ ପଶି ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କଲେ ହାତୀପଲ । ଅଧିକ ପଢନ୍ତୁ...

ଦୀର୍ଘ 35 ବର୍ଷ ପରେ ବିନିକା ବ୍ଲକ ଅଞ୍ଚଳରେ ହାତୀଙ୍କ ଉପଦ୍ରବ, ଧାନ ଫସଲ ନଷ୍ଟ
ଦୀର୍ଘ 35 ବର୍ଷ ପରେ ବିନିକା ବ୍ଲକ ଅଞ୍ଚଳରେ ହାତୀଙ୍କ ଉପଦ୍ରବ, ଧାନ ଫସଲ ନଷ୍ଟ
ବହୁତ ପରିଶ୍ରମ କରି ଚାଷୀ ଧନ ଉପାର୍ଜନ କରିଥିବା ବେଳେ ଠିକ ଅମଳ ବେଳକୁ ଦାଉ ସାଧୁଛି ହାତୀ । ବିଗତ 35 ବର୍ଷ ମଧ୍ୟରେ ହାତୀ ଏ ଅଂଚଳକୁ ଆସୁ ନ ଥିଲେ। କିନ୍ତୁ ହଠାତ ହାତୀ ଆସିବାର ଖବର ଜାଣି ଚାଷୀ ମହଲରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଯାଇଛି । ଏବେ ଦେଖାଯାଉ ଚାଷୀ ମାନଙ୍କ ପାଇଁ କଣ ପଦକ୍ଷେପ ନେଉଛନ୍ତି ବନ ବିଭାଗ ଓ ପ୍ରଶାସନ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ