ଓଡିଶା

odisha

ETV Bharat / state

ବଲାରଙ୍ଗା ଗାଁରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ - Elephant terror in Subarnapur

ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ପ୍ରାୟ 10 ଦିନ ଧରି ହାତୀ ଉପଦ୍ରବ ଦେଖାଦେଇଛି । ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Elephant terror at Balaranga village in Subarnapur
ବଲାରଙ୍ଗା ଗାଁରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

By

Published : Dec 1, 2020, 12:55 PM IST

ସୁବର୍ଣ୍ଣପୁର: ଜିଲ୍ଲାର ବିନିକା ଅଞ୍ଚଳରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ହାତୀମାନେ ଜନବସତିକୁ ପଶି ଆସି ଘରଦ୍ବାର ଭାଙ୍ଗିଥିବା ବେଳେ ଧାନ ଫସଲ ସହିତ ବ୍ୟାପକ କ୍ଷୟକ୍ଷତି କରିଥିବା ସୂଚନା ମିଳିଛି ।

ବଲାରଙ୍ଗା ଗାଁରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ହେବ ଏହି ରେଞ୍ଜ ଅଞ୍ଚଳରେ ହାତୀପଲ ପଶିଆସି ଧାନ ଫସଲ ସହ ପନିପରିବା ନଷ୍ଟ କରୁଛନ୍ତି । ତେବେ ଗତ ସୋମବାର ରାତିରେ ହାତୀପଲ ବିନିକା ବନ ଅଞ୍ଚଳରେ ଥିବା ବଲାରଙ୍ଗା ଗ୍ରାମକୁ ପଶି ଆସି ଧାନ ଖାଇବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ଏହି ଅଞ୍ଚଳରେ ପ୍ରାୟ ୧୬ଟି ହାତୀ ଥିବା ବନ ବିଭାଗ ଅନୁମାନ କରୁଛି ।

ବର୍ତ୍ତମାନ ଧାନ ଅମଳ ହେବାକୁ ଥିବା ବେଳେ ହାତୀପଲ ଧାନ ବିଲ ଭିତରେ ପଶି ଧାନ ଚାଷ ନଷ୍ଟ କରି ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି ହାତୀପଲ ଉଲୁଣ୍ଡା ବନ ଅଞ୍ଚଳରୁ ସିଂହାସନ ଜଙ୍ଗଲକୁ ଆସିଥିବା ବେଳେ ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଛି । ସେପଟେ ବିନିକା ଅଞ୍ଚଳବାସୀ ଏହିଭଳି ବାରମ୍ବାର ହାତୀଙ୍କ ଉପଦ୍ରବ ଯୋଗୁଁ ଭୟ ଓ ଆତଙ୍କରେ ରହୁଛନ୍ତି । ସିନ୍ଦୁରପୁର ପଞ୍ଚାୟତର ଝରାପଡା ଓ କେଉଁଟପଡାରେ ହାତୀପଲ ତିନୋଟି ପରିବାରର ଘରକୁ ଭାଙ୍ଗି ଦେଇଛନ୍ତି । ତେବେ ହାତୀପଲ ପ୍ରାୟ 10 ଦିନ ଧରି ଏହି ଅଞ୍ଚଳରେ ଡେରା ବାନ୍ଧିଥିବା ସୂଚନା ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details