ସୁବର୍ଣ୍ଣପୁର: ଗୋଡାଉଛି ହାତୀ ଦୌଡୁଛନ୍ତି ଲୋକେ । ପାଟି ତୁଣ୍ଡରେ ଫାଟି ପଡୁଛି ସମଗ୍ର ଅଂଚଳ । ଆଉ କେତେକ ଦୂରରେ ଥାଇ ନିଜ ନିଜ ମୋବାଇଲରେ ହାତୀପଲର ଦୃଶ୍ୟ ଉତ୍ତୋଳନ କରୁଛନ୍ତି । ଆଉ ହାତୀପଲ ଥିବା ଅଞ୍ଚଳରେ ବନ ବିଭାଗର କର୍ମଚାରୀଙ୍କ ଦେଖା ନଥିବାରୁ ଲୋକଙ୍କୁ ଆଉ ବାରଣ କରୁଛି କରିବାକୁ କେହି ନାହାନ୍ତି । ତେବେ ଏଭଳି ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ରେଞ୍ଜ ଅଞ୍ଚଳରେ ।
ପ୍ରାୟ 40 ରୁ ଅଧିକ ହାତୀ ସରଙ୍ଗପାଲି ଗାଁ ନିକଟରେ ଥିବା ବେଳେ ଏଭଳି ମାହୋଲ ଦେଖିବାକୁ ମିଳିଛି । ହାତୀ ଘଉଡାଇବା ବେଳେ କୈଣସି ଅଘଟଣର ଆଶଙ୍କା ଥିବା ସତ୍ତ୍ବେ ବନ ବିଭାଗ କିନ୍ତୁ ନିରବଦ୍ରଷ୍ଟା ।