ଓଡିଶା

odisha

ETV Bharat / state

ଖରାପୁରା ଗାଁରେ ହାତୀ ଉପଦ୍ରବ, ନଷ୍ଟ କଲେ ଫସଲ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଜଉଁରା ଭଉଁରା ପଞ୍ଚାୟତର ଖରାପୁରା ଗାଁରେ ବ୍ୟାପକ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ନିକଟସ୍ଥ ସିଂହାସନ ଜଙ୍ଗଲରେ ରହୁଥିବା ହାତୀପଲ ଖରାପୁରା ଗାଁକୁ ପଶି ବ୍ୟାପକ ପରିମାଣରେ ଫସଲ ନଷ୍ଟ କରିବା ସହିତ ଗାଁ ଲୋକଙ୍କ ଅନେକ ଚାଳ ଛପର ଘରକୁ ଭାଙ୍ଗି ଦେଇଛନ୍ତି । ଅଧିକ ପଢନ୍ତୁ...

ଖରାପୁରା ଗାଁରେ ହାତୀ ଉପଦ୍ରବ
ଖରାପୁରା ଗାଁରେ ହାତୀ ଉପଦ୍ରବ

By

Published : Feb 7, 2021, 10:34 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଜଉଁରା ଭଉଁରା ପଞ୍ଚାୟତର ଖରାପୁରା ଗାଁରେ ବ୍ୟାପକ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ନିକଟସ୍ଥ ସିଂହାସନ ଜଙ୍ଗଲରେ ରହୁଥିବା ହାତୀପଲ ଖରାପୁରା ଗାଁକୁ ପଶି ବ୍ୟାପକ ପରିମାଣରେ ଫସଲ ନଷ୍ଟ କରିବା ସହିତ ଗାଁ ଲୋକଙ୍କ ଅନେକ ଚାଳ ଛପର ଘରକୁ ଭାଙ୍ଗି ଦେଇଛନ୍ତି । ସିଂହାସନ ଜଙ୍ଗଲରେ ବର୍ଷତମାମ ହାତୀ ନିଜ ବାସସ୍ଥାନ କରିଥିବା ବେଳେ ଅନେକ ସମୟରେ ଗାଁ ଭିତରକୁ ପଶି ଆସି ଉତ୍ପାତ କରୁଛନ୍ତି ।

ଖରାପୁରା ଗାଁରେ ହାତୀ ଉପଦ୍ରବ

ତେବେ ଜଉଁରା ଭଉଁରା ପଞ୍ଚାୟତର ଅନେକ ଗାଁ ସିଂହାସନ ଜଙ୍ଗଲ ପରିଧି ଭିତରେ ଥିବାରୁ ଅଧିକାଂଶ ସମୟରେ ହାତୀ ଉପଦ୍ରବ ଦେଖିବାକୁ ମିଳୁଛି । ଖରାପୁରା ଗାଁର ପାଞ୍ଚୋଟି ପରିବାରର ଘରସବୁ ଭାଙ୍ଗି ଦେଇଛନ୍ତି । ଗାଁର ଅରକ୍ଷିତ ଭୋଇ, ରଘୁ ଭୋଇ, ସୀତା ମାଝି, ରଞ୍ଜିତ ଭୋଇ ଓ ମୋରମି କୁଲୁଙ୍କ ଘର ସଂପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛନ୍ତି । ଗାଁ ଲୋକେ କ୍ଷତିଗ୍ରସ୍ତ ପରିବାର ମାନଙ୍କୁ ତୁରନ୍ତ ଘରଭଙ୍ଗା ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେବାକୁ ମଧ୍ୟ ଦାବୀ ହୋଇଛି । ହେଲେ ଏଯାଏଁ ବନ ବିଭାଗ କ୍ଷୟକ୍ଷତିର ଆକଳନ ପାଇଁ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details