ସୁବର୍ଣ୍ଣପୁର: ରାଜ୍ୟରେ ଥମିବାର ନାଁ ଧରୁନି ହାତୀ ଆତଙ୍କ। ସୁବର୍ଣ୍ଣପୁର ଜିଲ୍ଳା ଉଲୁଣ୍ଡା ରେଞ୍ଜ କୁତମେଣ୍ଡା ଗାଁରେ ହାତୀ ଆତଙ୍କକୁ ନେଇ ଲୋକେ ଏବେ ଭୟଭୀତ। ଏକ ଦନ୍ତାହାତୀ ଗାଁ ଭିତରକୁ ପଶି ଆସି ଆତଙ୍କ ଖେଳାଇଥିବା ଜଣାପଡିଛି। ଦୁଇଟି ପରିବାର 4 ବଖରା ଘର ଭାଙ୍ଗିଦେଇଛି। ଘରେ ପଶି ଧାନ ଚାଉଳ ଆଦି ଖାଇଦେବା ସହ ଘରର ଆସବାପତ୍ର ଭାଙ୍ଗି ଦେଇଛି । ଗ୍ରାମବାସୀ ଯେତେ ଚେଷ୍ଟା କରି ହାତୀ ଘଉଡ଼ାଇଲେ ମଧ୍ୟ ବାରମ୍ବାର ହାତୀପଲ ଗାଁ ଭିତରକୁ ପଶି ଆସୁଛନ୍ତି ।
ଉଲୁଣ୍ଡା ରେଞ୍ଜରେ ହାତୀ ଆତଙ୍କ, ଧାନ ଖାଇବା ସହ ଭାଙ୍ଗିଲା 4 ବଖରା ଘର - ଦନ୍ତାହାତୀ ଆତଙ୍କ
ସୁବର୍ଣ୍ଣପୁର ଜିଲ୍ଳା ଉଲୁଣ୍ଡା ରେଞ୍ଜ କୁତମେଣ୍ଡା ଗାଁରେ ହାତୀ ଆତଙ୍କକୁ ନେଇ ଲୋକେ ଏବେ ଭୟଭୀତ । ଏକ ଦନ୍ତାହାତୀ ଗାଁ ଭିତରକୁ ପଶି ଆସି ଆତଙ୍କ ଖେଳାଇଥିବା ଜଣାପଡିଛି।

ଉଲୁଣ୍ଡା ରେଞ୍ଜରେ ହାତୀ ଆତଙ୍କ
ଉଲୁଣ୍ଡା ରେଞ୍ଜରେ ହାତୀ ଆତଙ୍କ
ଗତ ମାସକ ମଧ୍ୟରେ 32ଟି ହାତୀ ଉଲୁଣ୍ଡା ରେଞ୍ଜରେ ବ୍ୟାପକ କ୍ଷତି କରିଆସୁଛନ୍ତି । ଉଲୁଣ୍ଡା ରେଞ୍ଜର ସିଂହାସନ ଜଙ୍ଗଲରେ ହାତୀପଲ ନିଜ ବାସସ୍ଥାନ କରିଥିବାବେଳେ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଅନ୍ୟପଟେ ହାତୀ ଘଉଡାଇବା ସହ ହାତୀ ଟ୍ରାକିଂ ପାଇଁ ବନ ବିଭାଗ ତରଫରୁ 4ଟି ସ୍ବତନ୍ତ୍ର ବନ କର୍ମଚାରୀଙ୍କ ଏକ ଟିମ ଗଠନ କରାଯାଇଛି । ହେଲେ ବନ ବିଭାଗ ଲୋକଙ୍କ ଧନ ଜୀବନ ରକ୍ଷା କରିବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି । କୁତମେଣ୍ଡା ଗାଁର କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ ।