ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ନାରାୟଣପୁର ସେକ୍ସନ ବାଘପାଲି ଗାଁ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳ ହାତୀ ଖାଇ ଯାଇଛନ୍ତି । ଗତକାଲି ରାତିରେ ସିଂହାସନ ଜଙ୍ଗଲରୁ ହାତୀ ଆସି ଗାଁରେ ବ୍ୟାପକ ଉତ୍ପାତ କରିବା ସହିତ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳ ଖାଇ ପଳାଇ ଯାଇଛନ୍ତି ।
ବିଦ୍ୟାଳୟ ଶ୍ରେଣୀ ପ୍ରକୋଷ୍ଠରେ ଗଚ୍ଛିତ ଥିବା ଚାଉଳ ଯେତିକି ଖାଇଛନ୍ତି ତାଠୁ ଅଧିକ ନଷ୍ଟ କରିଛନ୍ତି । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଗତ ଦୁଇ ମାସର ଚାଉଳ ଦେବା ପାଇଁ ବିଦ୍ୟାଳୟରେ ରଖା ଯାଇଥିଲା । ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦାଇତ୍ୱରେ ଥିବା ଶିକ୍ଷକ ଓ ପାଚିକା ଚାଉଳ ବାଣ୍ଟିବା ପାଇଁ ଦିନ ବି ଧାର୍ଯ୍ୟ କରିଥିଲେ। ହେଲେ ଗତକାଲି ବାରପାହାଡ଼ ଜଙ୍ଗଲରୁ ହାତୀପଲ ଆସି ଗାଁରେ ବ୍ୟାପକ ଉପଦ୍ରବ କରିବା ସହିତ ବିଦ୍ୟାଳୟର ଚାଉଳ ଖାଇ ଯାଇଛନ୍ତି ।