ଓଡିଶା

odisha

ETV Bharat / state

ଦନ୍ତାର ଦାନ୍ତ କାଟିନେବା ଘଟଣା; 2 ବନ କର୍ମଚାରୀ ନିଲମ୍ବିତ - ଦନ୍ତାହାତୀ ମୃତ

ଉଲୁଣ୍ଡା ରେଞ୍ଜ ସାରସଦାଦର ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ଘଟଣାରେ ଦୁଇଜଣ ବନ କର୍ମଚାରୀ ନିଲମ୍ବିତ । ତିନିଜଣ ଯୁବକ ଅଟକ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଥିବା ସୂଚନା ।

ଡିଜାଇନ ଫଟୋ

By

Published : Nov 21, 2019, 10:01 PM IST

ସୁବର୍ଣ୍ଣପୁର: ଉଲୁଣ୍ଡା ରେଞ୍ଜ ସାରସଦାଦର ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ଘଟଣାରେ ଦୁଇଜଣ ବନ କର୍ମଚାରୀ ନିଲମ୍ବିତ । ତିନିଜଣ ଯୁବକ ଅଟକ । କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପାଇଁ ଯାଲୋଏ ଫରେଷ୍ଟର ଜନାର୍ଦ୍ଦନ ସ୍ବାଇଁ ଓ କୋଟସମଲାଇ ବନରକ୍ଷୀ ପ୍ରଜ୍ଞା ପରାମିତା ମିଶ୍ରଙ୍କୁ ନିଲମ୍ବନ କରାଯାଇଛି । ଦୁହିଁଙ୍କୁ ଜିଲ୍ଲା ବନ ଅଧିକାରୀ ନିଲମ୍ବିତ କରିଛନ୍ତି ।

ସୁବର୍ଣ୍ଣପୁରରେ ଦନ୍ତାହାତୀ ମୃତ୍ୟୁ ଘଟଣା; ଦୁଇ ବନ କର୍ମଚାରୀ ନିଲମ୍ବିତ, ତିନି ଯୁବକ ଅଟକ

ଲୋକେ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିବାବେଳେ ହାତୀର ମୃତଦେହ ଜଙ୍ଗଲରେ ପଡିଥିବା ଦେଖିବାକୁ ପାଇଥିଲେ । ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପ୍ରାୟ ସପ୍ତାହେ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବାବେଳେ ଦୁଇଦାନ୍ତ କଟା ଯାଇଥିବାରୁ କେହି ଦୁର୍ବୃତ୍ତ ହାତୀକୁ ଶିକାର କରିଥିବା ସନ୍ଦେହ କରାଯାଇଛି । ତେବେ ମୃତ ହାତୀ ନିକଟରେ ବିଦ୍ୟୁତ ତାର ପଡିଥିବାରୁ ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହି ଘଟଣାରେ ଦୁଇଜଣ ବନ କର୍ମଚାରୀ ନିଲମ୍ବିତ ହୋଇଥିବାବେଳେ ତିନିଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ବନ ବିଭାଗ । ସୂଚନା ଥାଉକି, ଗତ ତିନି ବର୍ଷ ତଳେ ଏପରି ବିଦ୍ୟୁତ ଆଘାତରେ ତରଭା ବ୍ଲକରେ ତିନୋଟି ହାତୀର ମୃତ୍ୟୁ ହୋଇଥିଲା । ତେବେ ହାତୀଙ୍କୁ ଟ୍ରାକ କରିବାକୁ ଆଠଟି ସ୍ବତନ୍ତ୍ର ଦଳ ଗଠନ କରାଯାଇଥିବାବେଳେ ଏପରି ଘଟଣା ବାରମ୍ବାର ହେଉଥିବାରୁ ବନ ବିଭାଗର କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details