ସୁବର୍ଣ୍ଣପୁର: ଉଲୁଣ୍ଡା ରେଞ୍ଜରେ ହାତୀ ଆତଙ୍କ। ଚଳିତ ଖରିଫ ଋତୁର ବ୍ୟାପକ ପରିମାଣରେ ଚାଷ ଜମି ଦଳି ଚକଟି ନଷ୍ଟ କରି ଦେଇଛନ୍ତି ହାତୀପଲ। ବେଳେବେଳେ ହାତୀ ଜନବସତି ମୁହାଁ ହୋଇ ଅନେକ ଧନ ଜୀବନ ନଷ୍ଟ କରୁଛନ୍ତି। ହେଲେ ହାତୀ ଘଉଡାଇବାକୁ ଜଙ୍ଗଲ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବା ଜନସାଧାରଣରେ ଅଭିଯୋଗ ହେଉଛି । ଏପରିକି ଉପଯୁକ୍ତ କ୍ଷତିପୂରଣ ମିଳୁ ନ ଥିବା ବେଳେ, ଯାହା ବି ମିଳୁଛି, ସେ ବି ବହୁତ ବିଳମ୍ବରେ ।
ଉଲୁଣ୍ଡା ରେଞ୍ଜରେ ହାତୀ ଆତଙ୍କ, ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ - subarnapur
ସୁବର୍ଣ୍ଣପୁର ଜିଲ୍ଳା ଉଲୁଣ୍ଡା ରେଞ୍ଜ କୁତମେଣ୍ଡା ଗାଁରେ ହାତୀ ଆତଙ୍କ । ଦନ୍ତା ହାତୀ ଗାଁ ଭିତରକୁ ପଶି ଆସି ଉତ୍ପାତ କରିବା ସହ ବ୍ୟାପକ ପରିମାଣରେ ଚାଷ ଜମି ଦଳି ମକଚି ନଷ୍ଟ କରି ଦେଇଛନ୍ତି । ଏନେଇ ଜନସାଧାରଣରେ ଅଭିଯୋଗ ହେଉଛି । ଅଧିକ ପଢନ୍ତୁ...
![ଉଲୁଣ୍ଡା ରେଞ୍ଜରେ ହାତୀ ଆତଙ୍କ, ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ elephant damage the house and paddy in subarnapur](https://etvbharatimages.akamaized.net/etvbharat/prod-images/768-512-9156421-thumbnail-3x2-elephant.jpg)
ଉଲୁଣ୍ଡା ରେଞ୍ଜରେ ହାତୀ ଆତଙ୍କ, ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ
ଉଲୁଣ୍ଡା ରେଞ୍ଜରେ ହାତୀ ଆତଙ୍କ, ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ
ସୂଚନାଯୋଗ୍ୟ ଯେ, ହାତୀପଲ ଘରେ ପଶି ଧାନ ଖାଇ ଦେବା ସହ ଘରର ଆସବାବପତ୍ର ଭାଙ୍ଗି ଦେଇଛି । ଗ୍ରାମବାସୀ ଯେତେ ହାତୀ ଘଉଡ଼ାଇଲେ ମଧ୍ୟ ସେମାନେ ଗାଁ ଛାଡି ଯାଉ ନାହାନ୍ତି । ଗତ ମାସେ ହେଲେ 25 ଟି ହାତୀ ଉଲୁଣ୍ଡା ରେଞ୍ଜରେ ବ୍ୟାପକ କ୍ଷତି କରିଆସୁଛନ୍ତି । ଯାହାକୁ ନେଇ ଚିନ୍ତାରେ ଗ୍ରାମବାସୀ । ଅପରପକ୍ଷରେ ଏଲିଫ୍ୟାଣ୍ଟ ସ୍କ୍ବାର୍ଡ ହାତୀଙ୍କୁ ଘଉଡାଇବା ସହ ହାତୀପଲ ଉପରେ ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି। ଏପରିକି ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯାଉଥିବା ସେମାନେ କହିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ