ଓଡିଶା

odisha

ETV Bharat / state

ସରିବାକୁ ବସିଲାଣି ପ୍ରଶସ୍ତିକରଣ: ରାସ୍ତା ମଝିରୁ ହଟିନି ନଳକୂପ ଓ ପୋଲ୍, ପ୍ରଶାସନିକ ବିଭାଗର ରହୁନି ତାଳମେଳ - ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ

ସୁବର୍ଣ୍ଣପୁର ସହରର ପଟାଭାଡିରୁ କୋଲପଡା ରାସ୍ତାର ପ୍ରଶସ୍ତିକରଣ ଶେଷ ହେବାକୁ ବସିଥିବାବେଳେ ରାସ୍ତା ମଝିରେ ରହିଛି ନଳକୂପ ଏବଂ ବିଦ୍ୟୁତ ଖୁଣ୍ଟ। ଫଳରେ ସମସ୍ତ ବିଭାଗ ମଧ୍ୟରେ ତାଳମେଳ ଅଭାବ ରହୁଥିବା ଅଭିଯୋଗ ହୋଇଛି।

ରାସ୍ତା ମଝିରେ ନଳକୂପ ଓ ପୋଲ୍
ରାସ୍ତା ମଝିରେ ନଳକୂପ ଓ ପୋଲ୍

By ETV Bharat Odisha Team

Published : Aug 25, 2023, 3:24 PM IST

Updated : Aug 25, 2023, 4:37 PM IST

ରାସ୍ତା ମଝିରେ ନଳକୂପ ଓ ପୋଲ୍

ସୁବର୍ଣ୍ଣପୁର:ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବାବେଳେ ରାସ୍ତା ମଝିରେ ରହିଛି ନଳକୂଅ ଓ 6ଟି ଇଲେକ୍ଟ୍ରି ପୋଲ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରର ପଟାଭାଡିରୁ କୋଲପଡା ରାସ୍ତାରେ । ସଦର ପୌର ପରିଷଦର ରାସ୍ତା ନିର୍ମାଣ କାର୍ଯ୍ୟ ଦେଖିଲେ ଯେ କେହି ବି ହସିବ ।ପୌର ପରିଷଦର ବୈଷୟିକ ବିଭାଗରେ ଜଣେ ବରିଷ୍ଠ ଯନ୍ତ୍ରୀଙ୍କ ସମେତ 3 ଜଣ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରୁଥିବାବେଳେ ବୈଷୟିକ ବିଭାଗର ଦୂରଦର୍ଶିତା ଅଭାର ପ୍ରମାଣ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ପ୍ରାୟ ସାଢେ 3ଶହ ମିଟର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରାଯାଉଛି । ଏହି ଜନଗହଳିପୂର୍ଣ୍ଣ ରାସ୍ତାର ପ୍ରଶସ୍ତିକରଣ କାମ ଚାଲିଥିବାବେଳେ ରାସ୍ତା ମଝିରେ ଏକ ନଳକୂଅ ଓ 6ଟି ଇଲେକ୍ଟ୍ରି ପୋଲ୍‌ ରହିଛି । ଯାହାକୁ ଏଯାଏଁ ସ୍ଥାନାନ୍ତର କରାଯାଇନାହିଁ । ପ୍ରାୟ 30 ଫୁଟ ରାସ୍ତା ପ୍ରଶସ୍ତିକରଣ କରାଯାଉଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟବହୃତ ଜଳ ଓ ବର୍ଷା ଜଳ ନିଷ୍କାସନ ପାଇଁ କଂକ୍ରିଟ ଡ୍ରେନ୍‌ ତିଆରି କରାଯାଇଛି । ହେଲେ ରାସ୍ତା ମଝିରେ ଥିବା ନଳକୂଅ ଏବଂ ବିଦ୍ୟୁତ ପୋଲ୍ ଗୁଡିକ ସ୍ଥାନାନ୍ତର ନକରି ପୌର ପରିଷଦର ବୈଷୟିକ ବିଭାଗ ରାସ୍ତା ନିର୍ମାଣ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

ଏହା ବି ପଢନ୍ତୁ...ଠକୁଛନ୍ତି ଠିକାଦାର, ସମ୍ପୂର୍ଣ୍ଣ ହେଉନି ସେତୁ ହନ୍ତସନ୍ତ ହେଉଛନ୍ତି 10 ପଞ୍ଚାୟତବାସୀ

ଏହାସହ ରାସ୍ତାରେ କଂକ୍ରିଟ କାର୍ଯ୍ୟ ଚାଲିଥିବାବେଳେ ଅଧାରୁ ଅଧିକ ଭାଗରେ ଫେବର ବ୍ଳକ ପଡି ସାରିଛି । ପୌର ପରିଷଦର ପଟାଭାଡି କାଉନସିଲର, କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପୌର ପରିଷଦ ଅଧ୍ୟକ୍ଷା ରାସ୍ତା ନିର୍ମାଣ କାର୍ଯ୍ୟ ପରିଦର୍ଶନ ବି କରିଛନ୍ତି । ସ୍ଥାନୀୟ ଲୋକେ ନଳକୂଅ ଓ ବିଦ୍ୟୁତ ଖୁଣ୍ଟ ଅପସାରଣ କରିବା ପାଇଁ ପୌର ପରିଷଦ ଅଧିକାରୀଙ୍କ ଆଗରେ ଦାବି ବି ରଖିଛନ୍ତି । ହେଲେ ରାସ୍ତା ନିର୍ମାଣ କାର୍ଯ୍ୟ ଚଳିତ ସପ୍ତାହ ଭିତରେ ଶେଷ ହେବାକୁ ବସିଛି । ହେଲେ ରାସ୍ତା ମଝିରେ ଥିବା ନଳକୂଅ ଓ ବିଦ୍ୟୁତ ପୋଲ୍ ସ୍ଥାନାନ୍ତର କରା ନଯାଇ ରହିଯାଇଥିବା ଦେଖିବାକୁ ମିଳିଛି ।

ତେବେ ପୌର ପରିଷଦ କର୍ତ୍ତୃପକ୍ଷ, ରାଜସ୍ବ ବିଭାଗ, ବିଦ୍ୟୁତ ବିଭାଗ , ସହରାଞ୍ଚଳ ଜଳ ଯୋଗାଣ ବିଭାଗ ସହିତ ସମନ୍ବୟ ରକ୍ଷା ନକରି ବିକାଶମୂଳକ କାର୍ଯ୍ୟ କରୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହେଉଛି । ତେବେ ସଦର ପୌର ପରିଷଦ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା ପୂର୍ବରୁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ନଳକୂଅ ଓ ବିଦ୍ୟୁତ ପୋଲ୍କୁ ସ୍ଥାନାନ୍ତର କରିବାକୁ ଦାବି ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Aug 25, 2023, 4:37 PM IST

ABOUT THE AUTHOR

...view details