ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ - ବିଜୁ ଜନତା ଦଳର ସାଙ୍ଗଠାନିକ ବୈଠକ

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସାଙ୍ଗଠନିକ ସ୍ଥିତିକୁ ମଜୁବତ କରିବା ଉପରେ ଗୁରୁତ୍ୱ ଦେଇଛି ଶାସକ ବିଜେଡି। ପ୍ରାୟ ଏକ କୋଟି ଦଳୀୟ ସଭ୍ୟ ସଂଗ୍ରହରେ ଲାଗିପଡିଛି ଦଳ। ଏହିକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାରେ ବିଜେଡିର ଦଳୀୟ ସଭ୍ୟ ସଂଗ୍ରହ ଅଭିଯାନ ଆୟୋଜିତ ହୋଇଯାଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Sep 11, 2019, 10:27 PM IST

ସୁବର୍ଣ୍ଣପୁର: ସ୍ଥାନୀୟ ମଝିପଡାସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଶାସକ ବିଜେଡିର ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ସୋନପୁର ବିଧାୟକ ତଥା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବୀରମହାରାଜପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଜିଲ୍ଲାରେ ଦଳୀୟ ସାଙ୍ଗଠାନିକ ସ୍ଥିତିକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥି୍ପାଇଁ ପ୍ରତିଟି ପରିବାର ଜଣେ ସଭ୍ଯ ସଂଗ୍ରହ କରିବା ଉପରେ ଜୋର ଦିଆଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଜନସାଧାରଣଙ୍କ ସହିତ ଡିଜିଟାଲ ସମ୍ପର୍କ ବଢାଇବା ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ । ବନ୍ୟା, ମରୁଡି ଆଦି ଦୁର୍ବିପାକରେ ଜନସାଧାରଣଙ୍କ ସହ ଛିଡା ହେବା ସହିତ ଲୋକଙ୍କ ସମସ୍ୟାକୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ତାର ସମାଧାନ କରିବା ପାଇଁ ଉଦ୍ୟମ କରିବାକୁ କୁହାଯାଇଥିଲେ। ଆଗାମୀ ନିର୍ବାଚନରେ ସଫଳତା ପାଇବା ପାଇଁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଜୋରସୋରରେ ଚାଲିଥିବା ବେଳେ ବିଧାୟକ ନିଜ ନିଜ ଅଞ୍ଚଳରେ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସଭାସମିତିର ଆୟୋଜନ କରୁଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details