ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ଇଦ ଉଲ ଜୁହା ପାଳିତ

ସୁବର୍ଣ୍ଣପୁର ସହରର ମୁସଲମାନ ସଂପ୍ରଦାୟ ପକ୍ଷରୁ ଆଜି ଆନନ୍ଦ ଉଲ୍ଲାସର ସହିତ ଇଦ-ଉଲ-ଜୁହା ପାଳନ କରାଯାାଇଛି ।ଅଧିକ ପଢନ୍ତୁ

By

Published : Jul 10, 2022, 5:39 PM IST

Eid ul-Zuha is celebrated in Subarnapur
ସୁବର୍ଣ୍ଣପୁରରେ ଇଦ ଉଲ ଜୁହା ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ମୁସଲମାନ ସଂପ୍ରଦାୟ ପକ୍ଷରୁ ଆଜି ଆନନ୍ଦ ଉଲ୍ଲାସର ସହିତ ଇଦ-ଉଲ-ଜୁହା ପାଳନ କରାଯାାଇଛି । ସକାଳୁ ମୁସଲମାନ ଶ୍ରଦ୍ଧାଳୁମାନେ ମସଜିଦରେ ସାମୁହିକ ନମାଜ ପାଠ କରିଛନ୍ତି । ଏହାପରେ ପାରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇବା ସହିତ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ବଣ୍ଟନ କରିଛନ୍ତି । ଏହି ଅବସରରେ ଘରେ ଘରେ ବିଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇଛି । ପରିବାରର ସମସ୍ତ ସଦସ୍ୟ ଓ ନିମନ୍ତ୍ରିତ ଅତିଥିମାନେ ବେଶ ଆନନ୍ଦର ସହିତ ଏକତ୍ର ଭୋଜନ କରିଛନ୍ତି ।

ସୁବର୍ଣ୍ଣପୁରରେ ଇଦ ଉଲ ଜୁହା ପାଳିତ

ମୁସଲମାନ ଶ୍ରଦ୍ଧାଳୁମାନେ ଆଜି ନୂଆଁ ପୋଷାକ ପରିଧାନ କରିବା ସହିତ ଆଲ୍ଲାଙ୍କୁ ସ୍ମରଣ କରି ମସଜିଦ ଗୁଡିକରେ ସାମୁହିକ ନମାଜ ପାଠ କରିଛନ୍ତି । ଆଜି ମୁସଲମାନ ଶ୍ରଦ୍ଧାଳୁମାନେ ଗରୀବ ଓ ଅସହାୟ ଲୋକଙ୍କୁ ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ କରିଥିବା ଦେଖିବାକୁ ମିଳିଛି । ସୁବର୍ଣ୍ଣପୁର ସହରରେ ବିଭିନ୍ନ ଧର୍ମର ଲୋକେ ଏକତ୍ର ସହାବସ୍ଥାନ କରୁଥିବା ବେଳେ ଏହି ଅବସରରେ ଭିନ୍ନ ଭିନ୍ନ ଧର୍ମ ଓ ସଂପ୍ରଦାୟର ଲୋକେ ମୁସଲମାନ ସଂପ୍ରଦାୟର ଲୋକଙ୍କୁ ଶୁଭେଛା ଜଣାଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details