ଓଡିଶା

odisha

ETV Bharat / state

ମହଙ୍ଗାମାଡରେ ଆକ୍ତାମାକ୍ତା ଗ୍ରାହକ; ବଢୁଛି ତେଲ ଦର, ସୃଷ୍ଟି ହେଉଛି କୃତ୍ରିମ ଅଭାବ - sonepur news

ବଜାର ଉପରେ ମହାମାରୀ କୋରୋନାର ମହାପ୍ରହାର । କୃତ୍ରିମ ଅଭାବ ସବୁ ଜିନିଷକୁ ମହଙ୍ଗା କରିଛି । ତେଲ ଲୁଣର ସଂସାର ମଧ୍ୟରେ ଗୃହିଣୀଙ୍କ ବିଗିଡି ଯାଇଛି ମାସିକ ଖର୍ଚ୍ଚ । ଖାଦ୍ୟ ପ୍ରସ୍ତୁତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଖାଇବା ତେଲ ଏବେ ଆକାଶଛୁଆଁ । ଅଧିକ ପଢନ୍ତୁ...

ଖାଇବା ତେଲ ଦର
ଖାଇବା ତେଲ ଦର

By

Published : Jun 8, 2021, 1:33 PM IST

ସୁବର୍ଣ୍ଣପୁର:ବଜାର ଉପରେ ମହାମାରୀ କୋରୋନାର ମହାପ୍ରହାର । କୃତ୍ରିମ ଅଭାବ ସବୁ ଜିନିଷକୁ ମହଙ୍ଗା କରିଛି । ତେଲ ଲୁଣର ସଂସାର ମଧ୍ୟରେ ଗୃହିଣୀଙ୍କ ବିଗିଡି ଯାଇଛି ମାସିକ ଖର୍ଚ୍ଚ। ଖାଦ୍ୟ ପ୍ରସ୍ତୁତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଖାଇବା ତେଲ ଏବେ ଆକାଶଛୁଆଁ । ଏହାର ପ୍ରଭାବ ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ପଡିଛି । ପନିପରିବାଠାରୁ ଆରମ୍ଭ କରି ତେଜରାତି ସାମଗ୍ରୀ ଗୁଡିକର ଦାମ୍ ଅହେତୁକ ଭାବେ ବୃଦ୍ଧି ପାଇଛି । କୋରୋନା ପୂର୍ବରୁ 100 ଟଙ୍କାରେ ବିକ୍ରି ହେଉଥିବା ତେଲ ଏବେ ଲିଟର ପିଛା 200 ଟଙ୍କାରେ ବିକ୍ରି ହେଲାଣି ।

ବଜାରରେ ବଢିବାରେ ଲାଗିଛି ଖାଇବା ତେଲ ଦର


ମହାମାରୀ ଆରମ୍ଭ ସମୟରେ ସବୁ ପ୍ରକାର ଖାଇବା ତେଲ ଲିଟର ପିଛା 85 ଟଙ୍କାରୁ ଆରମ୍ଭ କରି 115 ଟଙ୍କା ଭିତରେ ମିଳୁଥିଲା। ବର୍ତ୍ତମାନ ବିଭିନ୍ନ କମ୍ପାନୀର ତେଲ ଦର ଲିଟର ପିଛା 150 ଟଙ୍କାରୁ ଆରମ୍ଭ କରି 200 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଲାଣି ଫଳରେ ସାଧାରଣ ଖାଉଟିଙ୍କୁ ସମସ୍ୟା ଭୋଗିବାକୁ ପଡୁଛି । ଯେଉଁମାନେ ମାସିକିଆ 2 ଲିଟର ତେଲ କିଣୁଥିଲେ, ସେମାନେ ଏବେ ଲିଟରେ କିଣୁଛନ୍ତି । ସେପଟେ ବଜାରରେ କିଛି ସ୍ବାର୍ଥବାଦୀ ବ୍ୟବସାୟୀ ଲାଭ ଆଶାରେ ତେଲ ମହଜୁଦ ରଖି କୃତିମ ଅଭାବ ସୃଷ୍ଟି କରୁଛନ୍ତି ।

ବର୍ଷକ ଭିତରେ ଖାଇବା ତେଲ ଦର ପ୍ରାୟ 100 ପ୍ରତିଶତ ବଢିଛି କିନ୍ତୁ ଲୋକଙ୍କ ରୋଜଗାର 50 ପ୍ରତିଶତରୁ ଅଧିକ କମିଛି । ଏହି ସମୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଇବା ତେଲ ଯୋଗାଇ ଦିଆଗଲେ ଲୋକେ ଅନ୍ତତଃପକ୍ଷେ ସାମାନ୍ୟ ଆଶ୍ବସ୍ତି ଲାଭ କରନ୍ତେ ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details