ସୁବର୍ଣ୍ଣପୁର: ଜିଲ୍ଲା ବିରମହରାଜପୁର ଉପଖଣ୍ଡର ଦୁର୍ଜନତୈଲା ଗାଁର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୁର୍ଜନତୈଲା ସ୍ବୟଂ ସହାୟକ ମହାସଂଘର କାର୍ଯ୍ୟକାଳ ସରିଥିଲେ ବି ନୂତନ ସଭାପତି ଓ ସମ୍ପାଦକ ଚୟନ ପ୍ରକ୍ରିୟା କରାଯାଉନାହିଁ ।ଏପରି ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଛି ସ୍ବୟଂ ସହାୟକ ସଂଘ ।
ମିଶନ ଶକ୍ତି ଜରିଆରେ ମହିଳାମାନେ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ସାମିଲ ହୋଇ ସ୍ବାବଲମ୍ବୀ ହୋଇପାରିଛନ୍ତି । ଗ୍ରାମପଞ୍ଚାୟତ ମାନଙ୍କରେ ମହିଳା ସ୍ବୟଂ ସହାୟକ ମହାସଂଘ ଗଠନ କରାଯାଇଛି । ସ୍ବୟଂ ସହାୟକ ମହାସଂଘ ଦଶ ସୁତ୍ରୀ ନିମୟ ଅନୁସାରେ ସ୍ବୟଂ ସହାୟକ ମହାସଂଘର କମିଟିର ସଭାପତି ଓ ସମ୍ପାଦକ ପ୍ରତି ବର୍ଷ ପରିବର୍ତ୍ତନ ହେବାର ନିୟମ ରହିଛି । ହେଲେ ଦୁର୍ଜନତୈଲା ସ୍ବୟଂ ସହାୟକ ମହାସଂଘର କାର୍ଯ୍ୟକାଳ ସରିଥିଲେ ବି ନୂତନ ସଭାପତି ଓ ସମ୍ପାଦକ ଚୟନ ପ୍ରକ୍ରିୟା କରାଯାଉନାହିଁ ।ଏପରି ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଛି ସ୍ବୟଂ ସହାୟକ ସଂଘ ।