ସୁବର୍ଣ୍ଣପୁର: ଏଥର ପଡିବନି ବଳି । ବନ୍ଦ ହେଲା ସୋନପୁର ଗଡଜାତର ଐତିହାସିକ ବଳିଯାତ୍ରା । କୋଭିଡ 19 ସଂକ୍ରମଣକୁ ଆଖି ଆଗରେ ରଖି ଦେବୋତ୍ତର ବିଭାଗ ପକ୍ଷରୁ ବଳିଯାତ୍ରା ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।
ପ୍ରତିବର୍ଷ ଆଶ୍ବିନ ମହାଳୟାରୁ ପୂର୍ଣ୍ଣିମା ଯାଏଁ 16 ଦିନ ଭିତରେ 15 ଗୋଟି ବଳିି ପର୍ବ ହୁଏ । ଯାହା ଆଶ୍ବିନ ପୂର୍ଣ୍ଣମୀରେ ଶେଷ ହୋଇଥାଏ । ତେବେ ଚଳିତ ବର୍ଷ ମଳ ମାସ ପୂର୍ବରୁ ସୁରେଶ୍ବରୀଙ୍କ ପୀଠରୁ ବାଉତି ଛତ୍ର ଶୋଭାଯାତ୍ରା ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା। ସେହିପରି ଉଁଆସ ବଳି କାର୍ଯ୍ୟ ବି ପାରମ୍ପରିକ ବିଧି ବିଧାନରେ ପାଳନ କରାଯାଇଥିଲା।