ସୁବର୍ଣ୍ଣପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହେଲେଣି ସୁବର୍ଣ୍ଣପୁରବାସୀ । ପ୍ରବଳ ବର୍ଷାରେ ଜିଲ୍ଲା ମଧ୍ୟ ଦେଇ ପ୍ରଭାବିତ ହେଉଥିବା ମହାନଦୀ ଓ ତେଲନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ହରିହର ଯୋର, ଅଙ୍ଗ ନଦୀ, ସୁକତେଲ, ନିବୃତ୍ତ ଆଦି ନଦୀଗୁଡିକରେ ବଢି ପାଣି ଆସିବାରେ ଲାଗିଛି । ଯଦ୍ବାର ବୀରମହାରାଜପୁର ବ୍ଲକ ପିତାମହୁଲ ନିକଟ ବାଉରୀନାଳ ଉପରେ ପ୍ରାୟ 4ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଛି । ଫଳରେ ସୁବର୍ଣ୍ଣପୁରରୁ ରେଢାଖୋଲକୁ ଯୋଗଯୋଗ ବିଚ୍ଛିନ୍ନ ହୋଇପଡିଛି ।
ବାଉରୀ ନାଳ ଉପରେ ସ୍ଥାନୀୟ ନାବିକମାନେ ଡଙ୍ଗାରେ ସାଇକେଲ, ମୋଟର ସାଇକେଲ ଓ ଯାତ୍ରୀମାନଙ୍କୁ ପାର କରୁଛନ୍ତି । ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ମଟର ଅଟକି ରହିଛି । ଗତ 4ଦିନ ଏହି ଲଗାଣ ବର୍ଷା ହେବା ଫଳରେ ସହରର ତଳିଆ ଅଞ୍ଚଳ ପୁରା ଜଳମଗ୍ନ ହୋଇପଡ଼ିଛି ।