ଓଡିଶା

odisha

ETV Bharat / state

ପାଣିରେ ପଚିଲାଣି ଧାନଗଛ, କ୍ଷତିପୂରଣ ଦାବିରେ ଚାଷୀ - ବନ୍ୟା ପାଣି

ପ୍ରବଳ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ପ୍ରାୟ ହେକ୍ଟର ହେକ୍ଟର ଧାନ ଚାଷ ନଷ୍ଟ ହୋଇଛି । ପାଣି ସ୍ଥିର ହୋଇ ରହିଯିବା ଫଳରେ ଧାନଗଛ ସବୁ ପଚିଯାଇଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Aug 18, 2019, 12:40 PM IST

ସୁବର୍ଣ୍ଣପୁର: ଜମି ବୁଡି ପାଣି ଆଣ୍ଠିଏ । ବ୍ୟାପକ ପରିମାଣରେ ନଷ୍ଟ ହୋଇଛି ଧାନଚାଷ । ତେବେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ପ୍ରାୟ ହେକ୍ଟର ହେକ୍ଟର ଧାନ ଚାଷ ନଷ୍ଟ ହୋଇଛି । ନିବୃତ୍ତି, ସୁକତେଲ ଓ ସୁରୁବାଲି ଯୋରର ବଢି ପାଣି ରହିଯିବା ଯୋଗୁଁ ଧାନ ଗଛ ସବୁ ପଚିସଢି ଯାଇଛି ।

ଗତ 11 ଅଗଷ୍ଟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ନଦୀନାଳ ଗୁଡିକରେ ବନ୍ୟା ପାଣି ଆସିଥିଲା । ସୁକତେଲ ଓ ସୁରୁବାଲି ଯୋରର ବଢି ପାଣି କୂଳ ଲଂଘି ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ମାଡି ଯାଇଥିଲା । ପାଣି ସ୍ଥିର ହୋଇ ରହିଯିବା ଫଳରେ ଧାନଗଛ ସବୁ ପଚିଯାଇଥିବା ଦେଖିବାକୁ ମିଳିଛି ।

ବିଶେଷକରି ତୁଲୁଣ୍ଡା, ନର୍ଡା, ତରଭା, ବ୍ରାହ୍ମଣୀ ଆଦି ଗାଁରେ ବ୍ୟପାକ ଧାନ ଫସଲ ନଷ୍ଟ ହୋଇଛି । ସେହିପରି ସୁରୁବାଲି ଯୋର ପାଣିରେ ମାଲିଶ୍ରୀଗୀଡି ,ଖାରୀ ଓ ତେଲନଦୀ ପାଣିରେ ବୈଦ୍ୟନାଥ ଆଦି ଗାଁରେ ଧାନ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଏନେଇ ଚାଷୀମାନେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ପାଖରେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେଲେ ଚାଷ ଉଜୁଡି ଯାଇଥିବା ଚାଷ ଜମିରେ ବର୍ଷା ପରେ ଡାଲି ଜାତୀୟ ଓ ତୈଳବୀଜ ଜାତୀୟ ଚାଷ କରିବେ ବୋଲି ଚାଷୀମାନେ ଦାବି କରିଛନ୍ତି ।

ତେବେ କ୍ଷୟକ୍ଷତିର ଆକଳନ କରିବା ପାଇଁ ଉଭୟ କୃଷି ବିଭାଗ ଓ ରାଜସ୍ବ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଚାଷୀମାନେ ଜିଲ୍ଲା ପ୍ରଶାସନ ପାଖରୁ ଆବଶ୍ୟକ କୃଷି ସହାୟତା ପାଇବେ ବୋଲି ଆଶା କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details