ସୁବର୍ଣ୍ଣପୁର: ସାବାଡ ହେଉଛନ୍ତି ଅମାନିଆ ଗାଡ଼ି ଚାଳକ । ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ଓ ପୋଲିସ ବିଭାଗର ମିଳିତ ସହଯୋଗରେ 19 ଜଣ ମଦୁଆ ଗାଡ଼ି ଚାଳକ ଗିରଫ ହୋଇଛନ୍ତି । ଜିଲ୍ଲାରେ ମଦ୍ୟପାନ ଜନିତ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ସେଥିରେ ପ୍ରତିବନ୍ଧକ ଲଗାଇବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।
ଆକ୍ସନ ମୋଡରେ ପରିବହନ ବିଭାଗ: ସୁବର୍ଣ୍ଣପୁରରେ 19 ମଦୁଆ ଚାଳକ ଗିରଫ - ଆକ୍ସନ ମୋଡରେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ
ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ଓ ପୋଲିସ ବିଭାଗର ମିଳିତ ସହଯୋଗରେ 19 ଜଣ ମଦୁଆ ଗାଡ଼ି ଚାଳକ ଗିରଫ ହୋଇଛନ୍ତି । ଅଧିକ ପଢ଼ନ୍ତୁ
ଆକ୍ସନ ମୋଡରେ ଜିଲ୍ଲା ପରିବହନ ବିଭାଗ: ମଦ ପିଇ ଗାଡ଼ି ଚଳାଇ 19 ଗିରଫ
ମଦ୍ୟପଙ୍କୁ ଧରିବା ପାଇଁ ସୁବର୍ଣ୍ଣପୁର ପରିବହନ ବିଭାଗ ଓ ପୋଲିସ ବିଭାଗ ବିଭିନ୍ନ ସ୍ଥାନରେ ଚେକିଂ କରୁଛି । ଜିଲ୍ଲା ପରିବହନ ବିଭାଗ ଅଧିକାରୀ ରବିନ ପଟ୍ଟନାୟକଙ୍କ ନେତୃତ୍ବରେ ପରିବହନ ଓ ପୋଲିସ କର୍ମଚାରୀମାନେ ସହରର ବ୍ଳକ ଛକରେ ଚେକିଂ କରି 19 ଜଣ ମଦ୍ୟପ ଗାଡ଼ି ଚାଳକଙ୍କୁ ଗିରଫ କରିଛନ୍ତି । ସେହିପରି 10 ଜଣ କାର ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରି ଦିଆଯାଇଛି । ଗିରଫ ଚାଳକଙ୍କୁ ପରିବହନ ନିୟମ ଉଲ୍ଲଂଘନ ଅଭିଯୋଗରେ କୋର୍ଟ ଚାଲାଣ କରାଯିବ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ
Last Updated : May 2, 2022, 7:25 AM IST