ଓଡିଶା

odisha

By

Published : Apr 29, 2021, 10:55 PM IST

ETV Bharat / state

ସୁବର୍ଣ୍ଣପୁରରେ ପାନୀୟ ଜଳ ସଙ୍କଟ

ସୁବର୍ଣ୍ଣପୁରରେ ପାନୀୟ ଜଳ ସଙ୍କଟରେ ସ୍ଥାନୀୟ ଲୋକେ ଥିବାବେଳେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ପ୍ରଶାସନର ଦାବି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ପାନୀୟ ଜଳ ସଙ୍କଟ
ସୁବର୍ଣ୍ଣପୁରରେ ପାନୀୟ ଜଳ ସଙ୍କଟ

ସୁବର୍ଣ୍ଣପୁର: ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରା ତାତି ସାଙ୍ଗକୁ ପାନୀୟ ଜଳର ଅଭାବ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।

ସୁବର୍ଣ୍ଣପୁରରେ ପାନୀୟ ଜଳ ସଙ୍କଟ

ହେଲେ ଜିଲ୍ଲାର ଅନେକ ଯାଗାରେ ଜଳ ସଙ୍କଟ ଦେଖିବାକୁ ମିଳୁଥିବାବେଳେ ବିଭିନ୍ନ ରାସ୍ତାର ଛକଗୁଡିକରେ ଏଯାଏଁ ଜଳଛତ୍ରର ବ୍ୟବସ୍ଥା କରାଯାଇ ପାରିନାହିଁ । ଏପରି ଅଭିଯୋଗ ଆସିଛି ତରଭା ବ୍ଲକ ଚାରଭଟା ପଞ୍ଚାୟତର ଝାରବାହାଲି ଗାଁରୁ l ଅଭିଯୋଗ ଅନୁଯାୟୀ ସରପଞ୍ଚଙ୍କୁ ବାରମ୍ବାର ଗୁହାରି କରିବା ସତ୍ତ୍ୱେ ଗାଁ ଛକରେ କୌଣସି ଜଳଛତ୍ରର ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି । ଝାରବାହାଲି ଗାଁ ଜଙ୍ଗଲିଆ ଅଞ୍ଚଳରେ ଥିବାରୁ ଲୋକେ ପିଇବା ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ଶହ ଶହ ଲୋକ ଚାରଭଟା ପଞ୍ଚାୟତର ଝାରବାହାଲି ଗାଁଦେଇ ବିଭିନ୍ନ ଯାଗାକୁ ଯାଉଥିବାବେଳେ ଲୋକେ ଗାଁ ଛକରେ ପାଣି ଟିକିଏ ପିଇବା ପାଇଁ ପାଉନାହାନ୍ତି ।

ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦାବି ପରେ ବି ପାଣି ଛତ୍ରଟିଏ କରାଯାଇ ପାରୁ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଅଂଶୁଘାତର ମୁକାବିଲା କରିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୂତନ ପ୍ରାଥମିକ ଚିକିତ୍ସା କେନ୍ଦ୍ରରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଏଁ ଅଂଶୁଘାତ କୋଠରୀର ବ୍ୟବସ୍ଥା କରାଯାଇଛି । ସେହିପରି ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଜାଗାଗୁଡିକରେ ଜଳଛତ୍ର ବ୍ୟବସ୍ଥା କରିବା ସହିତ ପାନୀୟ ଜଳ ପ୍ରକଳ୍ପଗୁଡିକର ମରାମତି କରି ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ମନୀଷା ବାନାର୍ଜି ପ୍ରକାଶ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details