ସୁବର୍ଣ୍ଣପୁର: ସହରରେ ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ପ୍ରଥମ ବର୍ଷାରେ ଏହା ପ୍ରମାଣିତ ହୋଇଯାଇଛି । ଡ୍ରେନ ଗୁଡିକର ଦୂଷିତ ପାଣି ରାସ୍ତା ଉପରକୁ ମାଡି ଆସିଛି । ଫଳରେ ଡ୍ରେନ ଗୁଡିକରେ ଥିବା ବିଭିନ୍ନ ପ୍ରକାରର ପୋକଜୋକ ଘର ଭିତରେ ପ୍ରବେଶ କରୁଛନ୍ତି ।
ଡ୍ରେନ ଗୁଡିକର ପୋକ ଘର କାନ୍ଥ ଉପରକୁ ଚଢି ଆସୁଛନ୍ତି । ଗ୍ରୀଷ୍ମ ଋତୁରେ ଡ୍ରେନ ଗୁଡିକ ସଫା କରିବା ପାଇଁ ଜନସାଧାରଣ ପୌର ପରିଷଦକୁ ଅନୁରୋଧ କରିଥିଲେ । ମାତ୍ର ପୌର ପରିଷଦର ଅବହେଳା ଯୋଗୁଁ ବର୍ଷର ପ୍ରଥମ ବର୍ଷାରେ ହିଁ ଲୋକେ ଅସୁବିଧାର ସମ୍ମୁଖୀନ ହେଲେଣି ।