ଓଡିଶା

odisha

ETV Bharat / state

ମିଗଜୋମ ପ୍ରଭାବ ବର୍ଷାରେ ଖରିଫ ଧାନ ଫସଲ ନଷ୍ଟ, କ୍ଷତିପୂରଣ ଦାବି - ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ

Congress Protest for Paddy Loss: ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ । ଅଧିକ ପଢ଼ନ୍ତୁ

district congress committee protest
district congress committee protest

By ETV Bharat Odisha Team

Published : Dec 13, 2023, 1:21 PM IST

district congress committee protest

ସୁବର୍ଣ୍ଣପୁର:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ । ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ବିକ୍ଷୋଭ କରିଛି ଜିଲ୍ଲା କଂଗ୍ରେସ କମିଟି । ତେବେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ଏହି ଆନ୍ଦୋଳ ହୋଇଥିବା ବେଳେ ଏଥିରେ ଶହ ଶହ କଂଗ୍ରେସ କର୍ମୀଙ୍କ ସମେତ ଚାଷୀମାନେ ଯୋଗ ଦେଇଥିଲେ ।

ସୂଚନା ମୁତାବକ, ଗତ ବାତ୍ୟା ମିଗଜୋମର ପ୍ରଭାବରେ ଜିଲ୍ଲାରେ ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ ହୋଇଛି । ଲଗାତର ତିନି ଦିନ ଧରି ଝିପି ଝିପି ବର୍ଷାରେ ଖରିଫ ଧାନ ଫସଲ ଭିଜି ଯିବା ଫଳରେ ଧାନରେ ଗଜା ଦେଖା ଦେଇଛି । ଚାଷୀ ସୁରକ୍ଷା ଯୋଗାଇ ପାରି ନଥିବାରୁ ଅମଳ ଧାନ ସବୁ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ । ସେହିପରି ବର୍ଷାରେ ଧାନ କ୍ଷେତଗୁଡିକରେ କଟାଯାଇ ପଡ଼ିରହିଥିବାରୁ ସବୁ ନଷ୍ଟ ହୋଇଛି । ଏପରିକି ହାରଭେଷ୍ଟର ଲଗାଇ ଅମଳ କରାଯାଇଥିବା ଧାନ ଖଳାରେ ନଷ୍ଟ ହେବା ସହିତ ଖଳାରେ ଖରି ବି ନଷ୍ଟ ହୋଇଛି । ଚାଷୀମାନେ ନିଜ ଉତ୍ପାଦିତ ଧାନକୁ ସୁରକ୍ଷା ଦେବା ପାଇଁ ପଲିଥିନ ,କଟା ନଡା ଆଦି ବ୍ୟବହାର କରି କିଛି ପରିମାଣରେ ଧାନକୁ ସୁରକ୍ଷା ଦେଇଛନ୍ତି । ହେଲେ ବାତ୍ୟା ପ୍ରଭାବରେ ହୋଇଥିବା ଝିପି ଝିପି ବର୍ଷା ଯୋଗୁଁ ଚାଷୀ ବହୁତ କ୍ଷତି ସହିଛି ।

ଏହା ମଧ୍ୟ ପଢନ୍ତୁ- ଚାଷୀ ମୁଣ୍ଡରେ ଚଡକ, ନିଆଁଲାଗି ଜଳିଗଲା ଏକର ଏକର ଧାନ ଫସଲ

ତେବେ ଏବେ ଅମଳ ହୋଇଥିବା ଧାନ ନିଜ ରଙ୍ଗ ପରିବର୍ତ୍ତନ କରିଥିବା ବେଳେ ସମ୍ପୂର୍ଣ୍ଣ ପାଣିରେ ଭାସୁଥିବା ଅବା ଭିଜି ଯାଇଥିବା ଧାନରେ ଗଜା ଦେଖା ଦେଇଛି । ଫଳରେ ନଷ୍ଟ ହୋଇଥିବା ଧାନକୁ ଚାଷୀ ଆଉ ବିକ୍ରି କରି ପାରୁନାହିଁ । ତେବେ ଜିଲ୍ଲାରେ ବିଳମ୍ବରେ ଧାନ କ୍ରୟ କେନ୍ଦ୍ରଗୁଡିକ ଖୋଲିବା, ବର୍ଷା ଯୋଗୁଁ ହେଉଥିବା କ୍ଷୟକ୍ଷତି ରୋକିବା ପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ନଦେବା, ରାଜସ୍ୱ ବିଭାଗ ଓ କୃଷି ବିଭାଗ ପକ୍ଷରୁ ମିଗଜୋମ ବାତ୍ୟା ପ୍ରଭାବରେ ହୋଇଥିବା କ୍ଷୟକ୍ଷତିକୁ ଆକଳନ କରି ତୁରନ୍ତ କ୍ଷତିପୂରଣ ଘୋଷଣା ନକରିବା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି । ତେଣୁ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ନଦେଲେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ଚେତାବନୀ ଦେଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details