ସୁବର୍ଣ୍ଣପୁର:ସହରର ବ୍ଲକ ଛକରେ ଥିବା ପରିବା ଦୋକାନୀଙ୍କୁ ପୁଣି ରୟାଲ ପଡ଼ିଆକୁ ଉଠିଯିବାକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସଦର ତହସିଲଦାର ଓ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଦଳବଳ ପହଞ୍ଚି ପରିବା ଦୋକାନୀ ସହିତ ବିଭିନ୍ନ ସାମଗ୍ରୀର ଦୋକାନୀଙ୍କୁ ପୁଣି ରୟାଲ ପଡ଼ିଆରେ ବ୍ୟବସାୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ଲକ ଛକରୁ ଶ୍ରୀ ଗଣେଶ ମାର୍କେଟ ପର୍ଯ୍ୟନ୍ତ ଥିବା ପ୍ରାୟ 60/70 ଉଠା ଦୋକାନୀଙ୍କୁ ତୁରନ୍ତ ରୟାଲ ପଡ଼ିଆରେ ପରିବା ବଜାର ଲଗାଇବାକୁ ନିର୍ଦେଶ ମିଳିଛି। ଉଠା ଦୋକାନୀମାନେ ପ୍ରଚଣ୍ଡ ଖରାରେ ଦୋକାନ ଲଗାଇବାକୁ ଟିକେ ଅମଙ୍ଗ ହେଉଥିବା ବେଳେ ଭେଣ୍ଡିଙ୍ଗ ଜୋନ ତିଆରି କରି ସେମାନଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି ।