ଓଡିଶା

odisha

By

Published : Jun 27, 2021, 1:21 PM IST

ETV Bharat / state

ସୁବର୍ଣ୍ଣପୁରରେ ଭୁଶୁଡି ପଡିଛି ଡ୍ରେନେଜ ବ୍ୟବସ୍ଥା

ସୁବର୍ଣ୍ଣପୁରରେ ବିପର୍ଯ୍ୟସ୍ତ ହୋଇ ପଡିଛି ଡ୍ରେନେଜ ବ୍ୟବସ୍ଥା । ବର୍ଷା ଆରମ୍ଭ ହୋଇଥିବା ବେଳେ ଏଯାଏଁ ପୌର ପରିଷଦ ପକ୍ଷରୁ ଡ୍ରେନ୍ ସଫା କରାଯାଇ ନାହିଁ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା
ସୁବର୍ଣ୍ଣପୁରରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା

ସୁବର୍ଣ୍ଣପୁର:ସହରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବର୍ଷା ଦିନ ଆରମ୍ଭ ହୋଇଯାଇଥିବା ବେଳେ ଏଯାଏଁ ପୌର ପରିଷଦ ପକ୍ଷରୁ ଡ୍ରେନ୍ ସଫା କରାଯାଇ ନାହିଁ । ସହରର ମୁଖ୍ୟ ରାସ୍ତା ଗୁଡିକର ଉଭୟ ପାର୍ଶ୍ବରେ ଡ୍ରେନ୍ ଥିବା ବେଳେ ଏଯାଏଁ ଅନେକ ଗଳି ରାସ୍ତାରେ ନୂତନ ଡ୍ରେନ୍ ବି ନିର୍ମାଣ ହୋଇ ନାହିଁ।

ସୁବର୍ଣ୍ଣପୁରରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା

ଅନେକ ପୁରୁଣା ଡ୍ରେନ ସବୁ ମରାମତି ଆବଶ୍ୟକ ହେଉଥିବା ବେଳେ ସେସବୁ ଉପରେ ପୌର ପରିଷଦର ନଜର ନାହିଁ । ତେବେ ଡ୍ରେନ୍ ସଫା କରାଯାଉ ନଥିବାରୁ ଡ୍ରେନ ପାଣି, ଡ୍ରେନ ଭିତରେ ଥିବା ଅଳିଆ ମହାନଦୀରେ ମିଶୁଛି । ସହରରେ ପ୍ରାୟ 18 କିଲୋମିଟରରୁ ଅଧିକ ଡ୍ରେନ ବ୍ୟବସ୍ଥା ରହିଛି । ସେହିପରି ପ୍ରାୟ 8 କିଲୋମିଟର ମୁଖ୍ୟ ଡ୍ରେନ ବ୍ୟବସ୍ଥା ରହିଥିବା ବେଳେ ଗଳି ରାସ୍ତା ଗୁଡିକରେ ଆହୁରି 10 କିଲୋମିଟରରୁ ଅଧିକ ନୂତନ ଡ୍ରେନର ଆବଶ୍ୟକତା ରହିଛି।

ଅନେକ ସ୍ଥାନରେ ଡ୍ରେନ ନ ଥିବାରୁ ବର୍ଷା ପାଣି ଓ ଲୋକେ ବ୍ୟବହାର କରୁଥିବା ପାଣି ରାସ୍ତା ଉପରକୁ ମାଡି ଆସୁଛି । ଫଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଏନେଇ ସହରବାସୀ ପୌର ପରିଷଦକୁ ଦାୟୀ କରୁଛନ୍ତି । ଅପରପକ୍ଷରେ ପରିଷ୍କାର ପରିଚ୍ଛନ୍ନତା ଓ ଆବର୍ଜନା ପରିଚାଳନା ପ୍ରତି ସହରବାସୀ ଯତ୍ନବାନ ହେବାକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details