ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜନମୁରା ଗାଁର 41 ଜଣ ରୋଗୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗତକାଲି ପୀଡିତଙ୍କ ସଂଖ୍ୟା 22 ଥିଲାବେଳେ ଆଜି ତାହା 41କୁ ବୃଦ୍ଧି ପାଇଛି ।
ସୁବର୍ଣ୍ଣପୁର: ଝାଡାବାନ୍ତିରେ ପୀଡିତଙ୍କ ସଂଖ୍ୟା 41କୁ ବୃଦ୍ଧି, ଗାଁରେ ପହଞ୍ଚିଲା ମୋବାଇଲ ୟୁନିଟ - medical mobile unit
ଜନମୁରା ଗାଁର ଝାଡାବାନ୍ତି ପୀଡିତଙ୍କ ସଂଖ୍ୟା 41କୁ ବୃଦ୍ଧି ।
![ସୁବର୍ଣ୍ଣପୁର: ଝାଡାବାନ୍ତିରେ ପୀଡିତଙ୍କ ସଂଖ୍ୟା 41କୁ ବୃଦ୍ଧି, ଗାଁରେ ପହଞ୍ଚିଲା ମୋବାଇଲ ୟୁନିଟ](https://etvbharatimages.akamaized.net/etvbharat/prod-images/768-512-3294509-285-3294509-1557988205003.jpg)
ଫଟୋ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର
ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
ଗ୍ରାମରେ ମେଡିକାଲ ମୋବାଇଲ ୟୁନିଟ ଜରିଆରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଘରଘର ବୁଲି ଅଙ୍ଗନୱାଡି ଓ ଆଶା କର୍ମୀମାନେ ସ୍ବାସ୍ଥ୍ୟ ଜନିତ ସଚେତନ କରାଇବା ସହ କ୍ଲୋରିନ ଟାବଲେଟ ବଣ୍ଟନ କରୁଛନ୍ତି । ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଣି ସାମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ