ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ଡାଇରିଆ ଆତଙ୍କ, ଦେଢ ମାସରେ ଗଲାଣି 3 ଜୀବନ ! - ସୁବର୍ଣ୍ଣପୁର ବିରମହରାଜପୁରରେ ବ୍ୟାପୁଛି ଡାଇରିଆ

ସୁବର୍ଣ୍ଣପୁର ଜିଲ୍ଲାର ବୀରମହରାଜପୁର ବ୍ଲକ୍‌ ଅନ୍ତର୍ଗତ କମିରା ଗ୍ରାମରେ ଡାଇରିଆ ଆତଙ୍କ । ଗ୍ରାମର ପାଖାପାଖି 30 ଜଣ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଦେଢ଼ମାସ ମଧ୍ୟରେ ପାଖପାଖି 3 ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁରରେ ଡାଇରିଆ ଆତଙ୍କ, ଦେଢ ମାସରେ ଗଲାଣି 3 ଜୀବନ !
ସୁବର୍ଣ୍ଣପୁରରେ ଡାଇରିଆ ଆତଙ୍କ, ଦେଢ ମାସରେ ଗଲାଣି 3 ଜୀବନ !

By ETV Bharat Odisha Team

Published : Oct 1, 2023, 9:31 AM IST

ସୁବର୍ଣ୍ଣପୁରରେ ଡାଇରିଆ ଆତଙ୍କ, ଦେଢ ମାସରେ ଗଲାଣି 3 ଜୀବନ !

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ବୀରମହରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ଡାଇରିଆ ଆତଙ୍କ । ଗ୍ରାମର ପାଖାପାଖି 30 ଜଣ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଦେଢମାସ ମଧ୍ୟରେ ପାଖପାଖି 3 ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ । ଦୂଷିତ ଜଳ ବ୍ୟବହାର ଯୋଗୁଁ ଏହା ବ୍ୟାପୁଥିବା ଅନୁମାନ କରାଯାଉଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ସଚେତନ କରିବାକୁ ଗାଁରେ ପହଂଚିଛି ।

ସୁବର୍ଣ୍ଣପୁର ଜିଲ୍ଲାର ବିରମହରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ଡାଇରିଆ ଆତଙ୍କ ଦେଖିବାକୁ ମିଳିଛି । ଗତ ଦେଢ ମାସ ମଧ୍ୟରେ ଡାଇରିଆରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିସହ ପାଖାପାଖି 30 ଜଣ ଡାଇରିଆରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଲୋକଙ୍କ ଚିକିତ୍ସା ଜାରି ରହିଛି । ତେବେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଚେତନ ମଧ୍ୟ କରାଇଛି ।

ଅନ୍ୟପଟେ ଗ୍ରାମବାସୀ ଦୂଷିତ ଜଳ ବ୍ୟବହାର କରୁଥିବାରୁ ଏହି ରୋଗ ବ୍ୟାପୁଥିବା ଅନୁମାନ କରାଯାଉଛି । ଗାଁ ନିକଟରେ ଥିବା ଯୋରରୁ ଗାଁକୁ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି । ହେଲେ ନିକଟରେ ହୋଇଥିବା ବନ୍ୟାରେ ଜଳ ଯୋଗାଣ ପ୍ରକଳ୍ପ ଟାଙ୍କି ଫାଟି ଯାଇ ସେଥିରେ ମଇଳା ପାଣି ପଶୁଛି। ସେହି ଭଙ୍ଗା ଟାଙ୍କିରୁ ଗାଁ ଲୋକଙ୍କୁ ଜଳ ଯୋଗାଇ ଦିଆ ଯାଉଥିବାରୁ ସେହି ଦୂଷିତ ଜଳ ବ୍ୟବହାର କରି ଗ୍ରାମବାସୀ ଏବେ ଡାଇରିଆରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇିଛି ।

ଏହାମଧ୍ୟ ପଢନ୍ତୁ..'ସିନ୍ଧେକେଲାରେ ଡାଇରିଆ ପାଇଁ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଦାୟୀ', ଆନ୍ଦୋଳନ ଚେତାବନୀ ଦେଲେ ଲୋକେ

ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେବଳ ଓଆରଏସ ଓ ସାମନ୍ୟ କିଛି ଔଷଧ ଦେଉଥିବାରୁ ସେଥିରେ ଝାଡା ବାନ୍ତି କମୁ ନ ଥିବା ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପଟେ କମିରା ଗାଁରେ ଡାଇରିଆ ଖବର ପାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି । ଗାଁରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଏକ ସ୍ୱତନ୍ତ୍ର ଦଳ ପହଂଚି ଗ୍ରାମବାସୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି । ଗାଁରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ କର୍ମଚାରୀ ସର୍ଭେ କରିବା ସହ ଆକ୍ରାନ୍ତଙ୍କୁ ଆବଶ୍ୟକ ଔଷଧ ଓ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରୁଛନ୍ତି । ସେହିଭଳି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ ଗତକାଲି କମିରା ଗାଁରେ ପହଂଚି ସ୍ଥିତିର ଅନୁଧ୍ୟାନ କରିଛି । ବିଶେଷକରି ଯୋର ଭିତରେ ଥିବା ଜଳ ଯୋଗାଣ ପ୍ରକଳ୍ପ ବୁଲି ଦେଖିବା ସହ ପାଣି ନମୁନା ସଂଗ୍ରହ କରିଛି । ସେହିଭଳି ଗାଁ ମଣ୍ଡପରେ ଗ୍ରାମବବାସୀଙ୍କୁ ବସାଇ ସଚେତନତା ସଭା ମଧ୍ୟ କରାଯାଇଛି । ଏବେ ଗାଁରେ ଡାଇରିଆ ଆୟତାଧିନ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details