ଓଡିଶା

odisha

ETV Bharat / state

ମା' ସୁରେଶ୍ବରୀଙ୍କ ଧୂମାବତୀ ବେଶ - Dhumabati besa of maa Sureswari

ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ପୀଠରେ ଶୁକ୍ରବାର ଧୂମାବତୀ ବେଶ ଦେଖିବାକୁ ମିଳିଛି । ମା'ଙ୍କ ଦର୍ଶନ ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

ମା' ସୁରେଶ୍ବରୀଙ୍କ ଧୂମାବତୀ ବେଶ

By

Published : Oct 4, 2019, 8:22 PM IST

ସୁବର୍ଣ୍ଣପୁର: ପବିତ୍ର ପାର୍ବଣ ଆଗମନ ସହ ଆରମ୍ଭ ହୋଇଛି ମା'ଙ୍କ ନବରାତ୍ରି ପୂଜାର୍ଚ୍ଚନା । ଏହି ଅବସରରେ ବିଭିନ୍ନ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କୁ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେଉଛନ୍ତି ମା' । ତେବେ ସହରର ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ପୀଠରେ ଆଜି(ଶୁକ୍ରବାର) ଧୂମାବତୀ ବେଶ ଦେଖିବାକୁ ମିଳିଛି । ମା' ଙ୍କ ଦର୍ଶନ ପାଇଁ ମଧ୍ୟ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ସୁବର୍ଣ୍ଣପୁର

ଦେବୀ ମା'ଙ୍କ ବେଶ ଦର୍ଶନ କରିବା ସହିତ ସନ୍ଧ୍ୟା ଆରତୀ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ଆବେଗ ପ୍ରକାଶ ପାଇଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ତରଫରୁ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ମହାଳୟା ତିଥିରେ ଦେବୀ ଧବଳମୁଖୀ ବେଶରେ ଦର୍ଶନ ଦେବା ପରେ ତାରା, ଷୋଡଶୀ, ଭୈରବୀ, କାଳୀ, ଭୁବନେଶ୍ଵରୀ ଆଦି ବେଶରେ ଦର୍ଶନ ଦେଇ ଆସୁଛନ୍ତି । ଆସନ୍ତାକାଲି (ଶନିବାର) ମା' ଙ୍କର ଜୟଦୁର୍ଗା ବେଶ ଦେଖିବାକୁ ମିଳିବ ।

ସେହିପରି ଆଗକୁ ମାତଙ୍ଗୀ ଓ ରାଜରାଜେଶ୍ବରୀ ଆଦି ବେଶ ଧାରଣ କରିବେ ମା' ସୁରେଶ୍ବରୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details