ସୁବର୍ଣ୍ଣପୁର: ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏହି ଅବସରରେ ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ୱରୀ ଧବଳମୁଖୀ ବେଶ ଧାରଣ କରିଛନ୍ତି । ଦେବୀଙ୍କ ସେବାୟତମାନେ ପାରମ୍ପରିକ ରୀତିନୀତିରେ ସେବା ଆରାଧନା କରି ମା'ଙ୍କ ଦର୍ଶନ କରିଛନ୍ତି ।
ମହାଳୟାରେ ଧବଳମୁଖୀ ବେଶରେ ସଜ୍ଜିତ ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ - subarnapur news
ଆଜି ପବିତ୍ର ମହାଳୟା ଅମାବାସ୍ୟାରେ ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ୱରୀ ଧବଳମୁଖୀ ବେଶ ଧାରଣ କରି ଦୂରରୁ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ଅଧିକ ପଢନ୍ତୁ...
ମହାଳୟାରେ ଧବଳମୁଖୀ ବେଶରେ ସଜ୍ଜିତ ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ
ସେପଟେ ମା'ଙ୍କ ନୀତିକାନ୍ତି ସରିବା ପରେ ମନ୍ଦିରର ମୁଖ୍ୟ ଫାଟକରେ ତାଲା ଦିଆଯାଇଛି । ଫଳରେ ଶ୍ରଦ୍ଧାଳୁମାନେ ଦେବୀଙ୍କୁ ଉତ୍ତର ଦିଗରେ ଥିବା ଜୁଲୁକାରୁ ଦର୍ଶନ କରୁଛନ୍ତି । କୋରୋନା ସଂକ୍ରମଣକୁ ଦୃଷ୍ଟିର ରଖି ଦେବୀଙ୍କ ପୀଠରେ ଦେବୋତ୍ତର ବିଭାଗ ପକ୍ଷରୁ ଜନ ସମାଗମକୁ ବାରଣ କରାଯାଇଛି । ହେଲେ ଭକ୍ତମାନେ ଦେବୀଙ୍କ ଏହି ଅପୂର୍ବ ଧବଳମୁଖୀ ବେଶ ଦେଖିବା ପାଇଁ ନିଜକୁ ଆୟତ୍ତ କରିନପାରି ମନ୍ଦିରକୁ ଯାଉଛନ୍ତି । ମା'ଙ୍କ ନାଁରେ ଦୀପ ଜାଳିବା ସହ ଜୁଲୁକାକୁ ଯାଇ ଦର୍ଶନର ସୁଯୋଗ ଲାଭ କରୁଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ