ଓଡିଶା

odisha

ETV Bharat / state

ଜବରଦଖଲରେ ଦେବୋତ୍ତର ଭୂସମ୍ପତି, ଯାତାୟତର ହେଉଛି ସମସ୍ୟା - endowment department of subaranpur

ସୁବର୍ଣ୍ଣପୁର ସହରରେ ଜବରଦଖଲରେ ଦେବୋତ୍ତର ସମ୍ପତ୍ତି । ଯାତାୟତରେ ହେଉଛି ସମସ୍ୟା । ଅଧିକ ପଢନ୍ତୁ...

ଜବରଦଖଲରେ ଦେବତ୍ତୋର ଭୂସମ୍ପତି, ଯାତାୟତର ହେଉଛି ସମସ୍ୟା
ଜବରଦଖଲରେ ଦେବତ୍ତୋର ଭୂସମ୍ପତି, ଯାତାୟତର ହେଉଛି ସମସ୍ୟା

By

Published : Jul 7, 2021, 6:34 AM IST

ସୁବର୍ଣ୍ଣପୁର: ସହରରେ ଦିନକୁ ଦିନ ଦେବୋତ୍ତର ଭୂସମ୍ପତ୍ତି ଜବରଦଖଲ ହେବାରେ ଲାଗିଛି । ବିଷେଶକରି ସହରର ବ୍ଳକ ଛକରୁ ଆମ୍ବେଦକର ଛକ ଯାଏଁ ରାସ୍ତାର ଉଭୟ ପାର୍ଶ୍ବରେ ବେଆଇନ ଭାବେ ଦେବୋତ୍ତର ଜମି ଉପରେ ଅନେକ ଦୋକାନ ବଜାର ଗଢି ଉଠିଛି । ଦେବତ୍ତୋର ବିଭାଗର ବିନା ଅନୁମତିରେ ଏହି ଦୋକାନ ବଜାର ଥିବାବେଳେ ଦେବୋତ୍ତର ବିଭାଗ ଦୋକାନ ଗୁଡିକ ପାଖରୁ କିଛି ରାଜସ୍ବ ବି ଆଦାୟ କରୁଛି । କିନ୍ତୁ ଜବରଦଖଲ ଫଳରେ ସ୍ଥାନୀୟ ଅଞ୍ଚଳରେ ଯାତାୟତରେ ନାନା ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛି ।

ଜବରଦଖଲରେ ଦେବତ୍ତୋର ଭୂସମ୍ପତି, ଯାତାୟତର ହେଉଛି ସମସ୍ୟା

ତେବେ ଦେବତ୍ତୋର ବିଭାଗ ସୂଚନା ଅନୁଯାୟୀ ପ୍ରାୟ 44 ଜଣ ଛୋଟ ବଡ ବ୍ୟବସାୟୀ ଜବରଦଖଲ କରି ନିଜ ନିଜର ଦୋକାନ ତିଆରି କରି ବ୍ୟବସାୟ କରୁଛନ୍ତି । ହେଲେ ଦିନକୁ ଦିନ ନିଜ ଦୋକାନ ଗୁଡିକ ବର୍ଦ୍ଧିତ କରୁଥିବାରୁ ଯାତାୟାତରେ ଅନେକ ସମସ୍ୟା ଦେଖା ଦେଉଛି । ଜବର ଦଖଲକାରୀମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ କୌଣସି ରାଜସ୍ବ ଅବା ଟିକସ ନ ଦେଇ ବ୍ୟବସାୟ କରିବା ପରେ ଦେବୋତ୍ତର ବିଭାଗ ଜବର ଦଖଲକାରୀଙ୍କୁ ଛୋଟ ଓ ବଡ ବ୍ୟବସାୟୀ ଭାବେ ଭାଗ କରି ରାଜସ୍ବ ଆଦାୟ କରୁଛନ୍ତି ।

ବଡ ଦୋକାନମାନଙ୍କ ପାଖରୁ 2 ହଜାର ଓ ଛୋଟ ଦୋକାନୀମାନଙ୍କ ପାଖରୁ 7 ଶହ ଟଙ୍କା ଆଦାୟ କରୁଛି ଦେବତ୍ତର ବିଭାଗ । ହେଲେ ଅନେକ ବ୍ୟବସାୟୀ ବର୍ଷ ବର୍ଷ ଧରି ବି ତାଙ୍କ ଦେୟ ଦେଉ ନ ଥିବା ଜଣାପଡିଛି । ତେବେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବେଆଇନ ଭାବେ ଗଢି ଉଠିଥିବା ଦୋକାନ ଗୁଡିକ ଭାଙ୍ଗି ପୁଣି ନୂତନ ଭାବେ ତିଆରି କରିବା ପାଇଁ ଦାବି ହେଉଛି । ଏବେ ବ୍ୟବସାୟ କରୁଥିବା ଦୋକାନୀଙ୍କୁ ଥଇଥାନ କରିବା ପରେ ପୁଣି ବଳକା ଦୋକାନଗୁଡିକ ବେକାରୀ ଯୁବକ ଯୁବତୀମାନଙ୍କ ଭିତରେ ବାଣ୍ଟିଲେ ଅଧିକ ରାଜସ୍ବ ମିଳିବା ସହିତ କିଛି ଶିକ୍ଷିତ ବେକାର ଯୁବକ ଯୁବତୀ ରୋଜଗାରକ୍ଷମ ହୋଇ ପାରିବେ ବୋଲି ଆଲୋଚନା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details