ଓଡିଶା

odisha

ETV Bharat / state

ମା'ଙ୍କୁ ମେଲାଣି ଦେଲା ସୁବର୍ଣ୍ଣପୁର - ମା' ଙ୍କୁ ମେଲାଣି

ସୁବର୍ଣ୍ଣପୁରରେ ବ୍ଲକ ଛକ ପୂଜା କମିଟି ପକ୍ଷରୁ ମା ଦୁର୍ଗାଙ୍କ ଭସାଣୀ ଯାତ୍ରା ଶେଷ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Oct 11, 2019, 5:05 AM IST

ସୁବର୍ଣ୍ଣପୁର: ସହରର ବ୍ଲକ ଛକ ପୂଜା କମିଟି ପକ୍ଷରୁ ମା ଦୁର୍ଗାଙ୍କ ଭଷାଣି ଯାତ୍ରା ଶେଷ ହୋଇଛି । ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରା ସହରର ବ୍ଲକ ଛକରୁ ବାହାରି ଆମ୍ବେଦକର ଛକ, ଘୋଡାଘାଟ ପଡା, ବୀରମହାରାଜପୁର ଛକ,ମଝିପଡା, ବସଷ୍ଟାଣ୍ଡ, ଟିକିରିପଡା ଦେଇ ମହାନଦୀର ତେନ୍ତୁଳି ଘାଟରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ପଶ୍ଚିମ ଓଡିଶାର ଦୁଲଦୁଲି, ଘଣ୍ଟ ବାଦ୍ୟ, ନଚନିଆଁ ଆଦି ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଭଷାଣି ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଗାଡି ଚଳାଚଳକୁ ଦୃଷ୍ଟିରେ ରଖି ରାସ୍ତାର ଗୋଟିଏ ପାର୍ଶ୍ବରେ ଶୋଭାଯାତ୍ରାକୁ ନିଆଯାଇଥିଲା । ପାରମ୍ପରିକ ରୀତିନୀତିରେ ଦେବୀଙ୍କ ପୂଜା କରାଯାଇ ମେଲାଣି ଦିଆଯାଇଥିଲା । ମୃଣ୍ମୟୀ ପ୍ରତୀମାରୁ ସୁନା ଓ ରୁପା ଆଭୂଷଣ ସବୁ ଖୋଲି ତେନ୍ତୁଳି ଘାଟରେ ବିସର୍ଜନ କରାଯାଇଥିଲା ।

ସହରର ଅନ୍ୟ ପୂଜା କମିଟି ଦେବୀ ପ୍ରତିମା ଗୁଡିକୁ ଏହିଠାରେ ବିସର୍ଜନ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details