ସୁବର୍ଣ୍ଣପୁର: ସରକାରୀ ରାଜସ୍ବ ଓ ଜଙ୍ଗଲ ଜମି ଜବର ଦଖଲକୁ ବିରୋଧ । ଯାହାର ପ୍ରତିବାଦରେ ବୀରମହାରାଜପୁର ତହସିଲ ଅନ୍ତର୍ଗତ ଜଟେସିଂହା ଗାଁ ଲୋକେ ତହସିଲଦାରଙ୍କ ଦୃଷ୍ଟି ଆର୍କଷଣ କରିଛନ୍ତି । ଏଥିସହ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଜବର ଦଖଲକୁ ବିରୋଧ, ତହସିଲଦାରଙ୍କ ଦ୍ବାରସ୍ଥରେ ଜଟେସିଂହା ଗ୍ରାମବାସୀ - ଜବର ଦଖଲ
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଜଟେସିଂହା ଗାଁଲୋକେ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାଁର ତଥା ପଡୋଶୀ ଗାଁର ଅନେକ ଲୋକ ଗାଁର ସରକାରୀ ରାଜସ୍ବ ଓ ଜଙ୍ଗଲ ଜମି ଜବରଦଖଲ କରିଥିବା ବେଳେ ସେସବୁ ଉଚ୍ଛେଦ ପାଇଁ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗାଁ ମୁଣ୍ଡରେ ଥିବା ସରକାରୀ ରାଜସ୍ବ ଓ ଜଙ୍ଗଲ ଜମିକୁ ପଡୋଶୀର ଗାଁ ଲୋକେ ଜବର ଦଖଲ କରୁଛନ୍ତି । ଶହ ଶହ ଏକର ଜମି ବର୍ତ୍ତମାନ ତାଙ୍କ କବଜାରେ । ସମସ୍ୟା କେବଳ ସେତିକି ନୁହେଁ ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ପଡୋଶୀ ଗାଁ ଲୋକେ ଅକ୍ତିଆର ନେଇଛନ୍ତି । ଫଳରେ ଯାତାୟତ ପାଇଁ ଅନେକ ବାଧା ସୃଷ୍ଟି ହେଉଛି । ଯାହାକୁ ବିରୋଧ କରି ତହସିଲଦାରଙ୍କୁ ଭେଟି ନିଜ ଦୁଃଖ ଜଣାଇଛନ୍ତି । ଅନ୍ୟପଟେ ତହସିଲଦାର ରାଜସ୍ବ ନୀରିକ୍ଷକଙ୍କୁ ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତା ଜମିରୁ ତୁରନ୍ତ ଜବରଦଖଲକାରୀଙ୍କୁ ହଟାଇବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ