ଓଡିଶା

odisha

ETV Bharat / state

କଳା ପରିବେଷଣ ପାଇଁ ଲୋକ କଳାକାରଙ୍କ ବିକ୍ଷୋଭ - ସୁବର୍ଣ୍ଣପୁର ସମଲେଶ୍ବରୀ ଦୁଲଦୁଲି ବାଜା ପାର୍ଟି ମାଲିକ ସଂଘ

ସୁବର୍ଣ୍ଣପୁର ଜିଲ୍ଲା ମା’ ସମଲେଶ୍ବରୀ ଦୁଲଦୁଲି ବାଜା ପାର୍ଟି ମାଲିକ ସଂଘ ପକ୍ଷରୁ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଳାକାରମାନଙ୍କୁ ବିଭିନ୍ନ ପର୍ଵ ପର୍ବାଣୀ ଓ ବିବାହ ବ୍ରତ ଆଦି କାର୍ଯ୍ୟରେ କଳା ପରିବେଷଣ କରିବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

କଳା ପରିବେଷଣ ପାଇଁ ଲୋକ କଳାକାରଙ୍କ ବିକ୍ଷୋଭ ପ୍ରଦର୍ଶନ
କଳା ପରିବେଷଣ ପାଇଁ ଲୋକ କଳାକାରଙ୍କ ବିକ୍ଷୋଭ ପ୍ରଦର୍ଶନ

By

Published : Dec 18, 2020, 10:27 PM IST

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ମା’ ସମଲେଶ୍ବରୀ ଦୁଲଦୁଲି ବାଜା ପାର୍ଟି ମାଲିକ ସଂଘ ପକ୍ଷରୁ ଆଜି (ଶୁକ୍ରବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘର ସଭାପତି ଦିଲ୍ଳୀପ ବାଘଙ୍କ ନେତୃତ୍ୱରେ ଏହି ଆନ୍ଦୋଳନରେ ଶତାଧିକ ଲୋକ କଳାକାର ସାମିଲ ହୋଇଥିଲେ ।

କଳା ପରିବେଷଣ ପାଇଁ ଲୋକ କଳାକାରଙ୍କ ବିକ୍ଷୋଭ ପ୍ରଦର୍ଶନ

ସ୍ଥାନୀୟ ଟାଉନ ହଲ ଠାରୁ କଳାକାର ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଦାବି ପୂରଣ ପାଇଁ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଜିଲ୍ଲାରେ କୋଭିଡ କଟକଣା କୋହଳ ହୋଇଥିବା ବେଳେ କଳାକାରମାନଙ୍କୁ ବିଭିନ୍ନ ପର୍ଵ ପର୍ବାଣୀ ଓ ବିବାହ ବ୍ରତ ଆଦି କାର୍ଯ୍ୟରେ କଳା ପରିବେଷଣ କରିବା ପାଇଁ ଦାବି କରିଛନ୍ତି । ସେହିପରି ଲକ ଡାଉନ ଯୋଗୁଁ କଳାକାର ମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।

ତେବେ କଳାକାର ମାନଙ୍କ ରୋଜଗାରକୁ ଆଖି ଆଗରେ ରଖି ତୁରନ୍ତ ସାମାଜିକ କାର୍ଯ୍ୟ ଗୁଡ଼ିକରେ ବାଜା ପରିବେଷଣ କରିବା ପାଇଁ ଅନୁମତି ଦେବା ସହିତ ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details