ସୁବର୍ଣ୍ଣପୁର: ଧାନ ସଂଗ୍ରହ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ସୁବର୍ଣ୍ଣପୁର ଲିଙ୍ଗମାର୍ନି ପଞ୍ଚାୟତର ଚାଷୀ । ଏଥର ଏହି ପଞ୍ଚାୟତରେ ସ୍ଥାନୀୟ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ପାଇଁ ଅନୁମତି ଦିଆଯିବାରୁ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଖରେ ଦାବି କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ପାଖରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଚାଷୀମାନେ ସୁବିଧାରେ ନିଜ ଉତ୍ପାଦିତ ଧାନ ବିକ୍ରି କରି ପାରିବେ ନାହିଁ ବୋଲି ସେମାନେ ଆଶଙ୍କା କରିଛନ୍ତି ।
ଚାଷୀଙ୍କ ଧାନ ସଂଗ୍ରହ ନିଷ୍ପତ୍ତି ପ୍ରତ୍ୟାହାର ଦାବି
ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ପାଇଁ ଅନୁମତି ଦିଆଯିବାରୁ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ସୁବର୍ଣ୍ଣପୁର ଲିଙ୍ଗମାର୍ନି ପଞ୍ଚାୟତର ଚାଷୀ । ଅଧିକ ପଢନ୍ତୁ...
ଚାଷୀଙ୍କ ଧାନ ସଂଗ୍ରହ ନିଷ୍ପତ୍ତି ପ୍ରତ୍ୟାହାର ଦାବି
ପୂର୍ବରୁ ଚାଷୀମାନେ ବେହେରାମାଲ ସମବାୟ ସମିତିରେ ବିକ୍ରି କରି ଆସୁଥିଲେ। ଆଉ ଏଥର ବି ଚାଷୀମାନଙ୍କୁ ସମବାୟ ସମିତିରେ ବିକ୍ରି କରିବା ପାଇଁ ଅନୁମତି ମିଳୁ ବୋଲି ଦାବି କରିଛନ୍ତି ଚାଷୀ । ଅପରପଟେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ