ଓଡିଶା

odisha

ETV Bharat / state

ଦୈନିକ ବଜାରରେ ସର୍ବନିମ୍ନ ସୁବିଧା ଯୋଗାଇବାକୁ ଦାବି - ଦୈନିକ ବଜାରରେ ସର୍ବନିମ୍ନ ସୁବିଧା ଯୋଗାଇ ଦେବାକୁ ଦାବି

ସୁବର୍ଣ୍ଣପୁର ସହରର ବ୍ଳକ ଛକର ଦୈନିକ ବଜାରରେ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି ହେଉଛି । ଅଧିକ ପଢନ୍ତୁ

ଦୈନିକ ବଜାରରେ ସର୍ବନିମ୍ନ ସୁବିଧା ଯୋଗାଇ ଦେବାକୁ ଦାବି
ଦୈନିକ ବଜାରରେ ସର୍ବନିମ୍ନ ସୁବିଧା ଯୋଗାଇ ଦେବାକୁ ଦାବି

By

Published : May 6, 2022, 8:51 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ବ୍ଳକ ଛକର ଦୈନିକ ବଜାରରେ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି ହେଉଛି । ବ୍ଳକ ଛକରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ଯିବା ରାସ୍ତାକଡ ପନିପରିବା ଦୈନିକ ବଜାର କୋଭିଡ ସମୟରେ ରୟାଲ ପଡିଆକୁ ନିଆଯାଇଥିଲା । ରାସ୍ତା କଡରେ ଥିବା ସବୁ ଉଠାଦୋକାନୀ ଗୁଡିକ ରାଜସ୍ବ ବିଭାଗ ଓ ପୌର ପରିଷଦ ପକ୍ଷରୁ ଉଚ୍ଛେଦ କରାଯାଇଥିଲା ।

ଦୈନିକ ବଜାରରେ ସର୍ବନିମ୍ନ ସୁବିଧା ଯୋଗାଇ ଦେବାକୁ ଦାବି

ତେବେ ଏହି ଛୋଟିଆ ବ୍ୟବସାୟୀ ମାନଙ୍କୁ ପୌର ପରିଷଦ ପକ୍ଷରୁ ବ୍ଳକ ଛକରୁ ପଟାଭାଡି ରାସ୍ତାରେ ଯିବା ବେଳେ ଡାହାଣ ପାର୍ଶ୍ବରେ ଥିବା ଦେବୋତ୍ତର ପଡିଆରେ ବସିବା ପାଇଁ ଅନୌପଚାରିକ ଭାବେ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ଆଜକୁ ପ୍ରାୟ ଛଅ ମାସରୁ ଅଧିକ ହେଲା ଛୋଟ ଛୋଟ ବ୍ୟବସାୟୀ ଓ ପନିପରିବା ବଜାର ଦେବୋତ୍ତର ଜମିରେ ବସୁଛି । ତେବେ ସେଠାରେ ପିଇବା ପାଣି, ବଜାର ପିଣ୍ଡି, ସାଇକେଲ ଷ୍ଟାଣ୍ଡ ତଥା ଆଲୁଅ ବ୍ୟବସ୍ଥା ନଥିବାରୁ ଉଭୟ ଗ୍ରାହକ ଓ ବ୍ୟବସାୟୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପ୍ରଚଣ୍ଡ ଗ୍ରୀଷ୍ମରେ କିଛି ବ୍ୟବସାୟୀ ଅସ୍ଥାୟୀ କୁଡିଆ ତିଆରି କରି ବସୁଥିବା ବେଳେ କିଛି ବ୍ୟବସାୟୀ କପଡା ଛତା ବ୍ୟବହାର କରୁଛନ୍ତି ।

ବିଭିନ୍ନ ଗାଁ ଗହଳିରୁ ଆସୁଥିବା ବ୍ୟବସାୟୀ ମାନେ କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମରେ ଖରାରେ ନିଜ ବ୍ୟବସାୟ କରୁଛନ୍ତି । ଅନ୍ତତଃ ଅସ୍ଥାୟୀ ପରଛାଇ ନିର୍ମାଣ ସହ ପିଇବା ପାଣି ଓ ଆଲୁଅ ବ୍ୟବସ୍ଥା କଲେ ଉଭୟ ଗ୍ରାହକ ଓ ବ୍ୟବସାୟୀ ଉପକୃତ ହେବେ । ତେବେ ତୁରନ୍ତ ଏଦିଗରେ ପୌର ପରିଷଦ ଧ୍ୟାନ ଦେବାକୁୁ ବିଜେପି ନେତା ବଳଦେବ ବେଦବାଗ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details