ଓଡିଶା

odisha

ETV Bharat / state

ସୁବର୍ଣ୍ଣମେରୁଙ୍କ ସ୍ବର୍ଣ୍ଣନାଗ-ଆଭୂଷଣ ସୁରକ୍ଷିତ ରଖିବାକୁ ଦାବି - ସୁବର୍ଣ୍ଣପୁର ଖବର

ଦେବୋତ୍ତର ବିଭାଗର ଅବହେଳା । ବାବା ସୁବର୍ଣ୍ଣମେରୁଙ୍କ ସ୍ବର୍ଣ୍ଣନାଗ ଓ ଦେବଦେବୀଙ୍କ ସୁନା ରୂପା ଆଭୂଷଣ ରଖାଯାଇଥିବା ବାକ୍ସର ଚାବି ହଜେଇ ଦେଇଛନ୍ତି ବିଭାଗୀୟ ଅଧିକାରୀ ! ଅଧିକ ପଢନ୍ତୁ

ସୁବର୍ଣ୍ଣମେରୁଙ୍କ ସ୍ବର୍ଣ୍ଣନାଗ-ଆଭୂଷଣ ସୁରକ୍ଷିତ ରଖିବାକୁ ଦାବି
ସୁବର୍ଣ୍ଣମେରୁଙ୍କ ସ୍ବର୍ଣ୍ଣନାଗ-ଆଭୂଷଣ ସୁରକ୍ଷିତ ରଖିବାକୁ ଦାବି

By

Published : Jun 5, 2022, 2:12 PM IST

ସୁବର୍ଣ୍ଣପୁର:ସାମ୍ନାକୁ ଆସିଲା ଦେବୋତ୍ତର ବିଭାଗର ଅବହେଳାର ଚିତ୍ର । ବାବା ସୁବର୍ଣ୍ଣମେରୁଙ୍କ ସ୍ବର୍ଣ୍ଣନାଗ ଓ ଦେବଦେବୀଙ୍କ ସୁନା ରୂପା ଆଭୂଷଣ ରଖାଯାଇଥିବା ବାକ୍ସର ଚାବି ହଜେଇ ଦେଇଛନ୍ତି ବିଭାଗୀୟ ଅଧିକାରୀ ! ହେଲେ ଏ କଥାକୁ ଖଣ୍ତନ କରୁଛନ୍ତି ଅଧିକାରୀ । ସୋନପୁର ଗଡଜାତର ଚୌହାନ ଶାସନ ଅମଳରୁ ସହରରେ ଶୀତଳଷଷ୍ଠୀ ଯାତ୍ରା ପାଳିତ ହୋଇଆସୁଛି । ଏହି ଯାତ୍ରା ପାଇଁ ରାଜା ବୀରମିତ୍ରଦୋୟ ସିଂହଦେବ ଶହେ ଭରି ଓଜନର ବାବା ସୁବର୍ଣ୍ଣମେରୁଙ୍କ ସ୍ବର୍ଣ୍ଣନାଗ, ଦେବଦେବୀଙ୍କ ପାଇଁ ଜାତି ଜାତିକା ସୁନା ଓ ରୂପା ଅଳଙ୍କାର, ମହଣ ମହଣ ରୂପାରେ ତିଆରି ଛତି, ଛତ୍ର ଓ ବିମାନ ଆଦି ତିଆରି କରିଥିଲେ । ଯାହା ଜିଲ୍ଲା କୋଷାଗାର ଭିତରେ ସୁରକ୍ଷିତ ରଖାଯାଇ ପ୍ରତିବର୍ଷ ଶୀତଳଷଷ୍ଠୀ ପର୍ବ ପାଳନ ସମୟରେ ବାହାର କରାଯାଏ ।

ସୁବର୍ଣ୍ଣମେରୁଙ୍କ ସ୍ବର୍ଣ୍ଣନାଗ-ଆଭୂଷଣ ସୁରକ୍ଷିତ ରଖିବାକୁ ଦାବି

ହେଲେ ଲକ୍ଷ ଲକ୍ଷ ଟଙ୍କାର ସ୍ବର୍ଣ୍ଣ ନାଗ ଓ ଦେବଦେବୀଙ୍କ ସୁନା ରୂପା ଅଳଙ୍କାର ଯେଉଁ ବାକ୍ସ ଭିତରେ ରଖାଯାଇଛି । ବାହାର କରିବା ସମୟରେ ତାହାର ତାଲା ଖୋଲା ଯାଇ ପାରି ନଥିଲା । ପଥର ଓ ଲୁହା ରଡ ତାଲା ଭାଙ୍ଗି ପାଇଁ ବ୍ୟବହାର କରାଯାଇଥିଲା । ହେଲେ ଦେବୋତ୍ତର ବିଭାଗର କର୍ମଚାରୀ ଅବା ସେବାୟତ ତାଲା ଖୋଲି ପାରିନଥିଲେ ।

ତେବେ ତାଲାରେ ଅନ୍ୟ ଏକ ଚାବି ଦ୍ବାରା ଖୋଲା ଯାଉଥିବାରୁ ତାହା ଖୋଲି ନ ଥିଲା ପରି ଅନୁମାନ ହେଉଥିଲା । ଯଦିଓ ଦେବୋତ୍ତର ବିଭାଗରେ ଥିବା କର୍ମଚାରୀ ଚାବି ହଜିଯାଇଥିବା କଥାଟିକୁ ସ୍ବୀକାର କରି ନାହାନ୍ତି । ତେବେ କାହିଁକି ଲୁହା ରଡ ତଥା ପଥର ବ୍ୟବହାର କରାଯାଇ ତାଲା ଖୋଲା ଯାଉଥିଲା । ତାହା ସମସ୍ତଙ୍କ ମନରେ ପ୍ରଶ୍ନ ହୋଇ ରହିଛି । କୋଟି କୋଟି ଟଙ୍କାର ସମ୍ପତ୍ତି ଦେବୋତ୍ତର ବିଭାଗ ପାଖରେ ଥିବା ବେଳେ ତାକୁ ସୁରକ୍ଷା ଦିଆଯାଇ ପାରୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଳନ ବେଳେ ଦେବୋତ୍ତର ବିଭାଗର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ଇଟିଭି ଭାରତ,ସୁବର୍ଣ୍ଣପୁର

ABOUT THE AUTHOR

...view details