ଓଡିଶା

odisha

ETV Bharat / state

ଉଦଘାଟନ ଅପେକ୍ଷାରେ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ କେନ୍ଦ୍ର - ବିଜେପି

ନବ ନିର୍ମିତ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୁରକ୍ଷା ଦାବି । ମହାନଦୀରେ ଆଡିବନ୍ଧ ନିର୍ମାଣ କରିବା ସହିତ ମାଟି କାର୍ଯ୍ୟ କରି ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ସୁରକ୍ଷା ଦେବାକୁ ବିଜେପି ଦାବି କରିଛି ।

Demands protection for newborn and maternal health centers in subarnapur
ନବ ନିର୍ମିତ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୁରକ୍ଷା ଦାବି

By

Published : Jul 25, 2021, 1:04 PM IST

ସୁବର୍ଣ୍ଣପୁର: ଜିଲ୍ଲା ସଦର ମହକୁମାରେ ତିଆରି ନବ ନିର୍ମିତ ପ୍ରସୂତି କାଳୀନ ଶିଶୁ ଓ ମାତୃ ସ୍ବସ୍ଥ୍ୟ କେନ୍ଦ୍ର ଉଦଘାଟନ ଅପେକ୍ଷାରେ ରହିଛି । ହେଲେ ଏହି ସ୍ବାସ୍ଥ୍ୟ କେନ୍ଦ୍ର କୋଠାର ସ୍ଥାନ ନିରୂପଣକୁ ନେଇ ଅନେକ ପ୍ରଶ୍ନ ହେଉଛି । ପ୍ରାୟ 10 ଏକର ପରିମିତ ଯାଗାରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ତିଆରି କରାଯାଇଥିବା ବେଳେ ଏହାକୁ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତିଆରି କରିବା ପାଇଁ ସ୍ଥାନ ନିରୂପଣ ହୋଇଛି । ହେଲେ ମହାନଦୀ କୂଳରେ ଥିବାରୁ ବର୍ଷା ଦିନରେ ମହାନଦୀର ବଢି ପାଣି ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଘେରି ରହୁଛି ।

ନବ ନିର୍ମିତ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୁରକ୍ଷା ଦାବି

ମହାନଦୀରେ ଟିକିଏ ବଢି ହେଲେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଚତୁର୍ପାର୍ଶ୍ବରେ ପ୍ରାୟ ପାଞ୍ଚରୁ ସାତ ଫୁଟ ପାଣି ଜମି ରହୁଛି । ପ୍ରାୟ 15 କୋଟିରୁ ଅଧିକ ବ୍ୟୟ ଅଟକଳରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ତିଆରି କରାଯାଇଥିବା ବେଳେ ପ୍ରାୟ ସାଢେ ତିନି କୋଟିରୁ ଅଧିକ ବ୍ୟୟ ଅଟକଳରେ ଷ୍ଟାଫ କ୍ବାଟର୍ସ ତିଆରି ଚାଲିଛି । ଗତ ବର୍ଷ ମହାନଦୀର ବଢି ପାଣିରେ ସ୍ବାସ୍ଥ୍ୟ କେନ୍ଦ୍ରର ଚତୁପାର୍ଶ୍ବରେ ପାଣି ଜମି ରହିଥିଲା ।

ନିର୍ମାଣକାରୀ ସଂସ୍ଥାର ଶ୍ରମିକ ଓ କର୍ମଚାରୀମାନେ ନିର୍ମାଣ ଯାଗାକୁ ଯାଇ ନ ପାରି ପ୍ରାୟ 15 ଦିନ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିଥିଲେ । ଚଳିତ ବର୍ଷ ବୋଧହୁଏ ମହାନଦୀର ବଢି ପାଣି ପାଇଁ ଏହି ନବ ନିର୍ମିତ କୋଠାକୁ ଉଦଘାଟନ କରାଯାଉ ନାହିଁ ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଏହି ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ କରିବା ପୂର୍ବରୁ ମହାନଦୀରେ ଆଡିବନ୍ଧ ନିର୍ମାଣ କରିବା ସହିତ ମାଟି କାର୍ଯ୍ୟ କରି ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ସୁରକ୍ଷା ଦେବାକୁ ବିଜେପି ନେତା ବଳଦେବ ବେଦବାଗ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details