ଓଡିଶା

odisha

ETV Bharat / state

VSSIMSAR ଓ ଭୀମ ଭୋଇ ମେଡିକାଲ କଲେଜରେ ECMO ମେସିନ ଦାବି

ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର ବୁର୍ଲା (VSSIMSAR) ଓ ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜରେ ECMO ମେସିନ ପ୍ରତିଷ୍ଠା ଦାବି । ସ୍ବାସ୍ଥ୍ୟ ବିଭାଗ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ସୁବର୍ଣ୍ଣପୁର ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

By

Published : Sep 1, 2021, 8:11 PM IST

Updated : Sep 1, 2021, 10:56 PM IST

VSSIMSAR & ଭୀମ ଭୋଇ ମେଡିକାଲ କଲେଜରେ ECMO ମେସିନ ଦାବି
VSSIMSAR & ଭୀମ ଭୋଇ ମେଡିକାଲ କଲେଜରେ ECMO ମେସିନ ଦାବି

ସୁବର୍ଣ୍ଣପୁର: ଜିଲ୍ଲା ବିଜେପି ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର (VSSIMSAR) ଓ ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ECMO ମେସିନ ପ୍ରତିଷ୍ଠା କରିବାକୁ ଦାବି କରାଯାଇଛି । ବିଜେପି ନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

ରାଜଧାନୀ ଭୁବନେଶ୍ବର ଓ କଟକରେ ଅନେକ ବଡ ବଡ ଘରୋଇ ଓ ସରକାରୀ ଚିକିତ୍ସାଳୟ ରହିଛି । କଟକ ବଡ ମେଡିକାଲରେ ECMO ମେସିନ ପ୍ରତିଷ୍ଠା କରିଛନ୍ତି ରାଜ୍ୟ ସରକାର । ତେବେ ପଶ୍ଚିମ ଓଡିଶାର ଜନସାଧାରଣ ପାଖରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି । ପଶ୍ଚିମ ଓଡିଶାର ଜନସାଧାରଣ ବୁର୍ଲା ଓ ବଲାଙ୍ଗୀର ଉପରେ ନିର୍ଭର କରୁଥିବାବେଳେ ରାଜ୍ୟ ସରକାର ଆବଶ୍ୟକ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରୁ ନଥିବା ଅଭିଯୋଗ କରିଛି ଦଳ ।

VSSIMSAR ଓ ଭୀମ ଭୋଇ ମେଡିକାଲ କଲେଜରେ ECMO ମେସିନ ଦାବି

ରାଜ୍ୟ ସରକାର କ୍ରମାଗତ ଭାବେ ପଶ୍ଚିମ ଓଡିଶା ପ୍ରତି ଅବହେଳା ପ୍ରଦର୍ଶନ କରୁଥିବାବେଳେ ତୁରନ୍ତ ସ୍ବାସ୍ଥ୍ୟ କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବା ପାଇଁ ଦାବି ହୋଇଛି । ତୁରନ୍ତ 20ଟି ECMO ମେସିନ VSSIMSAR ଓ ଭୀମଭୋଇ ମେଡିକାଲ କଲେଜରେ ପ୍ରତିଷ୍ଠା କରିବା ଦାବି ରଖିବା ପାଇଁ ଦାବି ହୋଇଛି । ରାଜ୍ୟ ସରକାର ଏ ଦିଗରେ ତ୍ବରିତ ପଦକ୍ଷେପ ନ ନେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ସହ ସ୍ବାସ୍ଥ୍ୟ ବିଭାଗ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ଦଳ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Sep 1, 2021, 10:56 PM IST

ABOUT THE AUTHOR

...view details