ଓଡିଶା

odisha

ETV Bharat / state

ବିନିକା ସହରକୁ ଉପଖଣ୍ଡ ମାନ୍ୟତା ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର - ଆନ୍ଦୋଳନ ଚେତାବନୀ

ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହରକୁ ଉପଖଣ୍ଡ ମାନ୍ୟତା ଦାବି କରି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ବିନିକା ସହରକୁ ଉପଖଣ୍ଡ ମାନ୍ୟତା ଦାବି
ବିନିକା ସହରକୁ ଉପଖଣ୍ଡ ମାନ୍ୟତା ଦାବି

By

Published : Apr 7, 2021, 3:01 PM IST

ସୁବର୍ଣ୍ଣପୁର: ଜିଲ୍ଲାର ବିକିନା ସହରକୁ ଉପଖଣ୍ଡ ମାନ୍ୟତା ଦାବି ଦିନକୁ ଦିନ ବଢୁଛି । ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଦୁଇଟି ଉପଖଣ୍ଡ ଥିବା ବେଳେ ଆଉ ଗୋଟିଏ ଉପଖଣ୍ଡ ହେବାର ନିହାତି ଆବଶ୍ୟକତା ରହିଛି । ଉପଖଣ୍ଡ ମାନ୍ୟତା ପାଇଁ ଯାହା ନିୟମାବଳୀ ରହିଛି, ସେ ସବୁକୁ ବିନିକା ଅଞ୍ଚଳ ପୂରଣ କରୁଥିବାରୁ ଏହାକୁ ଉପଖଣ୍ଡ ମାନ୍ୟତା ପ୍ରଦାନ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

ବିନିକା ସହରକୁ ଉପଖଣ୍ଡ ମାନ୍ୟତା ଦାବି

ବିନିକା ବ୍ଲକରେ ୧୬ ଗୋଟି ଗ୍ରାମପଞ୍ଚାୟତ ଥିବାବେଳେ ଏନଏସି ଅଞ୍ଚଳରେ ୧୨ଟି ୱାର୍ଡ ରହିଛି । ବିନିକାର ଲୋକସଂଖ୍ୟା ବର୍ତ୍ତମାନ ୩ ଲକ୍ଷରୁ ଊର୍ଦ୍ଧ୍ବ ରହିଛି । ଏହି ବ୍ଲକରୁ ଜିଲ୍ଲାର ସର୍ବାଧିକ ରାଜସ୍ୱ ଆଦୟ ହେଉଛି । ଏଣୁ ଏହାକୁ ବିଚାରକୁ ନେଇ ଉପଖଣ୍ଡ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି ହେଉଛି । ଏହି ଦାବି ଦୀର୍ଘ ଦିନ ହେବ ହୋଇଆସୁଥିଲେ ମଧ୍ୟ ରାଜ୍ୟ ସରକାର ଶୁଣୁ ନ ଥିବା ଅଭିଯୋଗ ହୋଇଛି ।

ଦୀର୍ଘ ୩୦ ବର୍ଷ ହେଲା ସଚେତନ ନାଗରିକମାନେ ଉପଖଣ୍ଡ ମାନ୍ୟତା ଦାବି କରି ଆସୁଛନ୍ତି । ଜିଲ୍ଲାରୁ ଦୁଇ ଦୁଇ ଜଣ ବରିଷ୍ଠ ମନ୍ତ୍ରୀ ଥିଲେ ବି ବିଧାନସଭାରେ ଦାବି ଉପସ୍ଥାପନ ହୋଇ ପାରୁ ନାହିଁ । ଏ ନେଇ ଆଜି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ବରିଷ୍ଠ ବିଜେପି ନେତା ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ବିନିକାର ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ସଭାପତି ପ୍ରଶାନ୍ତ ଚନ୍ଦ୍ର ଦଣ୍ଡସେନା, ସମ୍ବିତ କୁମାର ନେପାକ, ଧର୍ମେନ୍ଦ୍ର ସାହୁ, ପ୍ରେମାନନ୍ଦ ପର୍ଡିଆ, ରାଜେନ୍ଦ୍ର ରାଉତ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଏହି ଦାବି ପୂରଣ ନ ହେଲେ ଆନ୍ଦୋଳନ ଭୟାବହ ହେବା ସହ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details