ଓଡିଶା

odisha

ETV Bharat / state

ଉଦଘାଟନକୁ ବିତିଲାଣି 20 ବର୍ଷ, ରକ୍ତଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଦାବି - blood bank to be operationalized

ଉଦଘାଟନ ପରେ ବି ବିତିଗଲାଣି 20 ବର୍ଷ । ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ ରକ୍ତ ଭଣ୍ଡାର । ଏହି ଘଟଣାଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ବିରମହରାଜପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର । ଏନେଇ ଜିଲ୍ଲାର ରକ୍ତ ଦାତା ମହାସଂଘ ପକ୍ଷରୁ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ଅଧିକ ପଢନ୍ତୁ...

ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବାକୁ ଦାବି
ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବାକୁ ଦାବି

By

Published : Jan 12, 2021, 4:18 PM IST

ସୁବର୍ଣ୍ଣପୁର: ଜିଲ୍ଲାର ରକ୍ତଦାତା ମହାସଂଘ ପକ୍ଷରୁ ବିରମହରାଜପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ମହାସଂଘର ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ୱରେ ସଂଘର କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବାକୁ ଦାବି
ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବାକୁ ଦାବି

2000 ମସିହାରୁ ଚିକିତ୍ସାଳୟରେ ଏକ ରକ୍ତ ଭଣ୍ଡାର ଖୋଲା ଯାଇଥିଲେ ବି 20 ବର୍ଷ ପରେ ତାହା କାର୍ଯ୍ୟକ୍ଷମ ହୋଇପାରିନଥିବା ଅଭିଯୋଗ କରିଛନ୍ତି । ତତ୍କାଳୀନ ସାଂସଦ ରକ୍ତ ଭଣ୍ଡାର ପାଇଁ ଅନୁଦାନ ଯୋଗାଇ ଦେଇଥିଲେ । ସାଂସଦଙ୍କ ଅନୁଦାନ ପାଣ୍ଠିରୁ କେବଳ ରକ୍ତ ଭଣ୍ଡାର ଗୃହଟି ତିଆରି ହୋଇଥିଲା । ହେଲେ ଦିର୍ଘ ନଅ ବର୍ଷ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ଉପକରଣ ଯୋଗାଇ ଦେବା ପରେ ବିଧାୟକ ତଥା ଏବେକାର ପରିବହନ ମନ୍ତ୍ରୀ ଏହାର ଉଦଘାଟନ କରିଥିଲେ ।

ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବାକୁ ଦାବି
ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବାକୁ ଦାବି

ଉଦଘାଟନ ହେବା ପରେ ବି ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ତେବେ ଉପଖଣ୍ଡର ଜନସାଧାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପାଇଁ ନିର୍ଭର କରିବାକୁ ପଡୁଛି । ତୁରନ୍ତ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବାକୁ ମହାସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ସହିତ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details