ସୁବର୍ଣ୍ଣପୁର:ଜିଲ୍ଲା ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ । ଲୋକଙ୍କୁ ସୁରକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଟି ବ୍ଲକ ଓ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରିବାକୁ ଦାବି କରିଛି କେଶରୀଆ ହିନ୍ଦୁ ବାହିନୀ ।
ଗତ ବର୍ଷ ବିଭିନ୍ନ ବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ର ସ୍ଥାପନ ହୋଇଥିଲା । ଏଗୁଡିକୁ ପୁଣି କାର୍ଯ୍ୟକ୍ଷମ କରାଯିବାକୁ ଦାବି ହୋଇଛି। ଜିଲ୍ଲାରେ ଦିନକୁ ଦିନ କୋଭିଡ ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହେଉଥିବାରୁ ଏବେ ସଙ୍ଗରୋଧ କେନ୍ଦ୍ରର ଆବଶ୍ୟକତା ରହିଛି । ଗତ ବର୍ଷ ବିଭିନ୍ନ ବିଦ୍ୟାଳୟରେ ତିଆରି ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପୁଣି କାର୍ଯ୍ୟକ୍ଷମ କରାଯିବାକୁ ନେଇ ଦାବି ହୋଇଛି। ଜିଲ୍ଲାରେ ଦିନକୁ ଦିନ କୋଭିଡ ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହେଉଥିବାରୁ ଏବେ ସଙ୍ଗରୋଧ କେନ୍ଦ୍ରର ଆବଶ୍ୟକତା ରହିଛି। ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି। ସହରାଞ୍ଚଳରେ ଲକଡାଉନ , ରାତ୍ରିକାଳୀନ କର୍ଫ୍ୟୁ ଆଦି ଜାରି ରହିଛି ।