ଓଡିଶା

odisha

ETV Bharat / state

ମାଆ ଲଙ୍କେଶ୍ୱରୀଙ୍କ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଦାବି - ମାଆ ଲାଙ୍କେଶ୍ୱରୀଙ୍କ ପୀଠ

ସୋନପୁରରେ ଥିବା ମାଆ ଲଙ୍କେଶ୍ବରୀ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଦାବି । ଅଧିକ ପଢନ୍ତୁ

demand to beautification of lankeswari temple
demand to beautification of lankeswari temple

By

Published : Jun 2, 2023, 4:29 PM IST

ସୌନ୍ଦର୍ଯ୍ୟକରଣ ପାଇଁ ଦାବି

ସୋନପୁର:ଦେବୀ ମାଆ ଲଙ୍କେଶ୍ବରୀ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଜୋର ଧରିଲା ଦାବି । ମହାନଦୀ ଗର୍ଭରେ ଏହି ମନ୍ଦିର ରହିଥିବା ବେଳେ ପ୍ରତ୍ୟେକ ଦିନ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ପୀଠର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଦୃଶ୍ୟ ମନଲୋଭା ହୋଇଥିବାରୁ ଯାତ୍ରୀଙ୍କ ବେଶ୍‌ ସମାଗମ ହୋଇଥାଏ ଏହି ପୀଠକୁ । ତେଣୁ ଏହି ପ୍ରାଚୀନ ପୀଠର ଉନ୍ନତିକରଣ ସହ ପର୍ଯ୍ୟଟକଙ୍କ ପାଇଁ ମହାନଦୀ ବକ୍ଷରେ ୱାଟର ବୋଟ୍‌, ୱାଟର ସ୍କୁଟର୍‌ ଆଦିର ବ୍ୟବସ୍ଥା କରିବା ପାଇଁ ଏବେ ଦାବି ହୋଇଛି ।

ସୋନପୁର ସହରରେ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଓ ଅଷ୍ଟ ଚଣ୍ଡୀଙ୍କ ସମେତ ରହିଛି 108ରୁ ଅଧିକ ମନ୍ଦିର । ଅନେକ ପ୍ରାଚୀନ ମନ୍ଦିର ଏବେ ରକ୍ଷଣାବେକ୍ଷଣ, ମରାମତି ଆବଶ୍ୟକ କରୁଥିବା ବେଳେ ମହାନଦୀ ଗର୍ଭସ୍ଥିତ ଦେବୀ ମାଆ ଲଙ୍କେଶ୍ବରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଦାବି ହେଉଛି । କୈବର୍ତ୍ତ ସମାଜର ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ଦାନ ଅର୍ଥରେ ମହାନଦୀ ଗର୍ଭରେ ଦେବୀ ମାଆଙ୍କ ଆଧୁନିକ ମନ୍ଦିର ପ୍ରାୟ ତିନି ଦଶନ୍ଧି ତଳେ ପ୍ରତିଷ୍ଠା କରାଯାଇଥିଲା । ବହୁ ପ୍ରାଚୀନ କାଳରୁ କୈବର୍ତ୍ତ ସମାଜର ଦେବୀ ଭାବେ ମାଆ ଲଙ୍କେଶ୍ବରୀ ଏକ ବିରାଟକାୟ ପ୍ରସ୍ତର ଉପରେ ପୂଜିତ ହୋଇ ଆସୁଥିଲେ ।

ମହାନଦୀ ଫେରି ଘାଟ ଚାଲୁଥିବା ସମୟରେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ଜୟ ଜୟକାର ଧ୍ବନୀରେ ଗଗନ ପବନ ମୁଖରିତ ହୋଇ ଉଠୁଥିଲା । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମାଆଙ୍କ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ କରୁଥିଲେ । ତେବେ କୈବର୍ତ୍ତ ସମାଜ ଓ ଶ୍ରଦ୍ଧାଳୁମାନଙ୍କ ଦାନ ଅର୍ଥରେ ଏକ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ଦୋରୁହ ନିକଟସ୍ଥ ପ୍ରସ୍ଥର ଉପରେ ଛିଡ଼ା ହୋଇ ପାରିଛି । ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଯାତ୍ରୀବାହୀ ଡଙ୍ଗା ସାହାଯ୍ୟରେ ଦେବୀ ମାଆଙ୍କ ପୀଠକୁ ଆସିଥାଆନ୍ତି ।

ଏହି ପ୍ରାଚୀନ ପୀଠର ଉନ୍ନତିକରଣ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ ପାଇଁ ଦାବି ହେଉଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ମହାନଦୀ ବକ୍ଷରେ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କ ଚିତ୍ତବିନୋଦନ ଓ ମନୋରଞ୍ଜନ ପାଇଁ ୱାଟର ବୋଟ, ୱାଟର୍‌ ସ୍କୁଟର୍‌ ଆଦିର ବ୍ୟବସ୍ଥା କରିବା ପାଇଁ ବି ଦାବି ହେଉଛି । ସେହିପରି ସନ୍ଧ୍ୟାରେ ପରିବେଶକୁ ମନଲୋଭା ଓ ଆକର୍ଷଣୀୟ କରିବାକୁ ଏକ ଝୁଲା ପୋଲର ନିର୍ମାଣ ପାଇଁ ଦାବି ଉଠିଛି । ମାଆ ଲଙ୍କେଶ୍ବରୀଙ୍କ ମନ୍ଦିର ମହାନଦୀ ବକ୍ଷରେ ରହି ଥିବାରୁ ଯାତ୍ରୀ ଓ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ଏହାର ସୌନ୍ଦର୍ଯ୍ୟକରଣ ଦିଗରେ କାର୍ଯ୍ୟ କଲେ ସହରର ଅର୍ଥନୈତିକ ଅଭିବୃଦ୍ଧି ହେବା ନେଇ ଆଶା କରାଯାଉଛି ।

ଇଟିଭି ଭାରତ, ସୋନପୁର

ABOUT THE AUTHOR

...view details