ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ କମୁଛି ଟେରାକୋଟା ହନୁମାନର ଚାହିଦା - Subarnapur news

ସୁବର୍ଣ୍ଣପୁରରେ କମୁଛି ଟେରାକୋଟା ହନୁମାନର ଚାହିଦା । ଲଙ୍କାପୋଡି ପର୍ବରେ ବ୍ୟବହାର ହେଉଛି ଛାଞ୍ଚରେ ତିଆରି ହନୁମାନ ମୂର୍ତ୍ତି ।

ସୁବର୍ଣ୍ଣପୁରରେ କମୁଛି ଟେରାକୋଟା ହନୁମାନର ଚାହିଦା
ସୁବର୍ଣ୍ଣପୁରରେ କମୁଛି ଟେରାକୋଟା ହନୁମାନର ଚାହିଦା

By

Published : Aug 21, 2020, 8:56 AM IST

ସୁବର୍ଣ୍ଣପୁର: ଟେରାକୋଟା ହନୁମାନ । ହାତରେ ତିଆରି ଏହି ମୂର୍ତ୍ତି ବେଶ ଆକର୍ଷଣୀୟ । ଖାଲି ଦେଶ କାହିଁକି ବିଦେଶରେ ବି ଅନେକ ମ୍ୟୁଜିୟମର ଶୋଭାବର୍ଦ୍ଧନ କରୁଛି ଏହି ପ୍ରତିମା । ସାଧାରଣ ମନୁଷ୍ୟ ମୁଖାକୃତି ହନୁମାନରୁ ଏକ ଭିନ୍ନ ଧରଣର ମୂର୍ତ୍ତି ହୋଇଥିବାରୁ ଯେ କେହି ଏହି ଟେରାକୋଟା ପ୍ରତିମାକୁ ଦେଖିଲେ ଘଡିଏ ଚାହିଁ ରହେ ।

ସୁବର୍ଣ୍ଣପୁରରେ କମୁଛି ଟେରାକୋଟା ହନୁମାନର ଚାହିଦା

କାହିଁ କେତେ ଦିନରୁ ହାତରେ ତିଆରି ଏହି ହନୁମାନ ସୁବର୍ଣ୍ଣପୁରର ପ୍ରସିଦ୍ଧ ଲଙ୍କାପୋଡି ପର୍ବରେ ବ୍ୟବହାର ହୋଇଆସୁଛି । ଏହି ହନୁମାନ ହାତରେ ତିଆରି କରାଯାଉଥିବାରୁ ଏହାର ନିର୍ମାଣ ଶୈଳୀ ସ୍ବତନ୍ତ୍ର ଧରଣର । ପ୍ରାୟ ଦଶମ ଶତାବ୍ଦୀରୁ ଏହି ହନୁମାନ ଲଙ୍କାପୋଡି ପର୍ବରେ ବ୍ୟବହୃତ ହେଉଥିବା ଐତିହାସିକ ପ୍ରମାଣ ରହିଛି ।

ହେଲେ ଏହି ପର୍ବରେ ଏବେ ଅଧିକ ସଂଖ୍ୟକ ମନୁଷ୍ୟ ମୁଖାକୃତି ହନୁମାନ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ଛାଞ୍ଚରେ ସାଧାରଣ ହନୁମାନ ତିଆରି ସହଜ ହେଉଥିବାବେଳେ ଏହା କମ ମୂଲ୍ୟରେ ମିଳୁଥିବାରୁ ଲୋକେ ଛାଞ୍ଚରେ ତିଆରି ହନୁମାନ ବ୍ୟବହାର କରୁଛନ୍ତି । ପୁଣି ହନୁମାନ କେବଳ ଗୋଟିଏ ଦିନ ବ୍ୟବହାର କରି ଭାଙ୍ଗି ଦିଆଯାଉଥିବାରୁ ଲୋକେ ଅଧିକ ଦାମ ଦେଇ ଟେରାକୋଟା ହନୁମାନ ବ୍ୟବହାର କରୁନାହାନ୍ତି ।

ଫଳରେ ଦିନକୁ ଦିନ ଲଙ୍କାପୋଡି ପର୍ବର ମୌଳିକତା ମଳିନ ହୋଇପଡୁଛି । ତେବେ ଏହି ଟେରାକୋଟା ହନୁମାନକୁ ବହୁଳ ଭାବରେ ବ୍ୟବହାର କଲେ ଲଙ୍କାପୋଡି ପର୍ବ ଆହୁରି ଆକର୍ଷଣୀୟ ହେବ ବୋଲି କୁହାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details