ସୁବର୍ଣ୍ଣପୁର: ଜିଲ୍ଲାରେ ଘରୋଇ ବିଦ୍ୟାଳୟ ସଙ୍ଘ ପକ୍ଷରୁ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି । କୋରୋନା ମହାମାରୀ ସମୟରେ ଘରୋଇ ବିଦ୍ୟାଳୟଗୁଡିକ ଅନେକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ ବିଦ୍ୟାଳୟଗୁଡ଼ିକର ଶିକ୍ଷକଶିକ୍ଷୟିତ୍ରୀଙ୍କୁ ମାସିକ ଦରମା ଦେବାରେ ସକ୍ଷମ ହେଉନାହାନ୍ତି । ଫଳରେ ଆର୍ଥିକ ସହାୟତା ପାଇଁ ଦାବି ହୋଇଛି ।
ସହରର ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆୟୋଜିତ ଆଜି(ରିବିବାର)ର ଏହି ବୈଠକରେ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ବିଦ୍ୟାଳୟର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ଘରୋଇ ବିଦ୍ୟାଳୟ ତଥା ବିଦ୍ୟାଳୟରେ କାମ କରୁଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବା ସହ ଘରୋଇ ବିଦ୍ୟାଳୟ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ କରାଯାଇଛି । ଜିଲ୍ଲା ଘରୋଇ ବିଦ୍ୟାଳୟ ସଙ୍ଘର ସଭାପତି ଭାବେ ଗତିକୃଷ୍ଣ ମିଶ୍ର, ସମ୍ପାଦକ ଶିବପ୍ରସାଦ ପାତ୍ର, କୋଷାଧ୍ୟକ୍ଷ ଦିବ୍ୟ ରଞ୍ଜନ ସାହୁଙ୍କୁ ମନୋନିତ କରାଯାଇଥିଲା ।