ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିନସ୍ଥ କ୍ଷୀରପୁର ଗାଁରେ ଶନିବାର ଏକ ସମ୍ବେଦନଶୀଳ ଓ କୌତୁହଳପ୍ରଦ ଘଟଣା ଦେଖିବାକୁ ମିଳିଛି l ଏକ ହରିଣ ଶୋଷରେ ଜଙ୍ଗଲରୁ ବାହାରି ପାଣି ପିଇବା ପାଇଁ ଗାଁ ପାଖ କେନାଲକୁ ଆସିଥିବା ବେଳେ କୁକୁର ମାନେ ଦେଖି ହରିଣକୁ ଗୋଡାଇଥିଲେ । ଜୀବନ ବିକଳରେ ହରିଣଟି କେନାଲ ପାଣିକୁ ଡେଇଁ ପଡିଥିଲା l
ଏ ଦୃଶ୍ୟକୁ କ୍ଷୀରପୁର ଗ୍ରାମର ଯୁବକମାନେ ଦେଖି ପ୍ରଥମେ ବନ ବିଭାଗକୁ ଖବର ଦେଇଥିଲେ ହେଁ ବନବିଭାଗର କୌଣସି କର୍ମଚାରୀ ଅବା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିଲେ । ଶେଷରେ ଗ୍ରାମର ଯୁବକମାନେ ଏକତ୍ରିତ ହୋଇ କେନାଲ ପାଣିରେ ଭାସୁଥିବା ହରିଣକୁ ଉଦ୍ଧାର କରଥିଲେ।