ସୁବର୍ଣ୍ଣପୁର: ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ କଚନମୁଣ୍ଡା ପୋଖରୀରେ ଆଜି(ଶୁକ୍ରବାର) ଏକ ବୃଦ୍ଧଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖି ଉଲୁଣ୍ଡା ପୋଲିସକୁ ଖବର ଦେଇଥିଲେ । ଉଲୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ମୃତଦେହକୁ ପୋଖରୀରୁ ଉଦ୍ଧାର କରିଛି ।
ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - କଚନମୁଣ୍ଡା ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ କଚନମୁଣ୍ଡା ପୋଖରୀରୁ ଜଣେ ବୃଦ୍ଧର ଶବ ଉଦ୍ଧାର କରିଛି ଉଲୁଣ୍ଡା ପୋଲିସ । ଅଧିକ ପଢନ୍ତୁ
ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
ତେବେ ମୃତ ବ୍ୟକ୍ତି ଜଣକ ଦୀପପାଲି ଗାଁର ଗୋପାଳ ବଗର୍ତ୍ତୀ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଉଲୁଣ୍ଡା ପୋଲିସ ମୃତଦେହକୁ ଜବତକରି ପୋଷ୍ଟମଟମ ପାଇଁ ପଠାଇ ଥିବା ବେଳେ ପରିବାର ବର୍ଗଙ୍କୁ ମୃତଙ୍କ ସମ୍ପର୍କରେ ପଚରାଉଚରା ଜାରିରଖିଛି । ପରିବାର ଲୋକେ ଗୋପାଳକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ