ସୁବର୍ଣ୍ଣପୁର :ପୁଣି ବାଇକରେ ବୁହାହେଲା ମୃତଦେହ । ମୃତଦେହକୁ ମୋଟର ସାଇକେଲରେ ବୋହି ଘରକୁ ନେଲେ ପରିବାର ଲୋକେ । ମୃତଦେହକୁ ନେବା ପାଇଁ କୈଣସି ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡି ଯୋଗାଇ ଦିଆଯାଇ ନଥିଲା । ମହାପ୍ରୟାଣ ଯୋଜନାକୁ ନେଇ ସାଧାରଣରେ ଉଠିଲା ପ୍ରଶ୍ନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁରରେ ।
ସୂଚନା ଅନୁଯାୟୀ ଦୁଇ ଦିନ ତଳେ ରଥପୁର ଗାଁର କାର୍ତ୍ତିକ ମେହେର ଏକ ରୋଗରେ ପୀଡିତ ଥିଲେ । ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଏକ ଘରୋଇ କ୍ଲିନିକକୁ ଚିକିତ୍ସା ପାଇଁ ଯାଇଥିଲେ । ଘରୋଇ କ୍ଲିନିକ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକ କାର୍ତ୍ତିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ ମେଡିକାଲକୁ ନେଇଥିଲେ । ଶେଷରେ ବୁର୍ଲାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକ ବୁର୍ଲାରୁ ମେଡିକାଲରୁ ମୃତଦେହଟି ଆଣି ସମ୍ପୃକ୍ତ ଘରୋଇ ଡାକ୍ତରଙ୍କ କ୍ଲିନକ ଆଗରେ ରଖିଥିଲେ । ଭୁଲ ଚିକିତ୍ସା ଯୋଗୁଁ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତରଙ୍କ କ୍ଲିନିକ ଆଗରେ ରଖି ପ୍ରତିବାଦ କରିଥିଲେ ।