ଓଡିଶା

odisha

ETV Bharat / state

ହକି ବିଶ୍ବକପ ଅବସରରେ ସୋନପୁରରେ ସାଂସ୍କୃତିକ କାର୍ଯ୍ୟକ୍ରମ - ପୁରୁଷ ହକି ବିଶ୍ବକପ

ହକି ବିଶ୍ବକପ ଅବସରରେ ସୋନପୁରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ । ପୁରୁଷ ହକି ବିଶ୍ବକପ ରାଜ୍ୟ ସରକାରଙ୍କ ଏକ ସଫଳ କାର୍ଯ୍ୟକ୍ରମ ବୋଲି କହିଲେ ବିଧାୟକ ପଦ୍ମନାଭ ବେହେରା । ଅଧିକ ପଢନ୍ତୁ

Hockey World Cup
Hockey World Cup

By

Published : Jan 12, 2023, 1:20 PM IST

Hockey World Cup

ସୁବର୍ଣ୍ଣପୁର:ରାତି ପାହିଲେ ଆରମ୍ଭ ହେଇଯିବ ପୁରୁଷ ହକି ବିଶ୍ବକପ । ଏହା ପୂର୍ବରୁ ବୁଧବାର କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ସମାରୋହର ଆୟୋଜନ କରାଯାଇଥିଲା । ସେହିପରି ବିଶ୍ବକପକୁ ନେଇ ସୋନପୁରରେ ମଧ୍ୟ ବ୍ୟାପକ ଆୟୋଜନ କରାଯାଇଛି । ହକିକୁ ନେଇ ଖେଳାଳୀ,ଖେଳ ପ୍ରେମୀ ଓ ଜନସାଧାରଣଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି କରିଛନ୍ତି ଜିଲ୍ଲାପାଳ ।

ଗତକାଲି ଜିଲ୍ଲାରେ ହକି ରଥ ପରିକ୍ରମା କରାଯିବା ସହିତ ଉଦଘାଟନୀ ଅବସରରେ ସହରର ରାମେଶ୍ବର ପୀଠ ନିକଟରେ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ସମେତ ସ୍ଥାନୀୟ ନେତା ସାମିଲ ହୋଇଥିଲେ । ସେହିପରି ଜିଲ୍ଲାପାଳଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲାର ବହୁ ଅଧିକାରୀ , ସରକାରୀ କର୍ମଚାରୀ ,ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ,ଜିଲ୍ଲା କ୍ରୀଡା ସଂଘର କାର୍ଯ୍ୟକର୍ତ୍ତା ଓ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ନିମନ୍ତ୍ରୀତ ଅତିଥି ଯୋଗ ଦେଇଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଦଳ ଲୋକନୃତ୍ୟ ପରିବେଷଣ କରିଥିଲେ । ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀଙ୍କ ଟିମ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରିଥିବା ବେଳେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜ ନିଜର ଲୋକନୃତ୍ୟ ପରିବେଷଣ କରିଥିଲେ । ନିମନ୍ତ୍ରୀତ ଅତିଥିମାନେ ଶୁଭେଛା ବାର୍ତ୍ତା ପ୍ରଦାନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

''ମୁଖ୍ୟ ଅତିଥି ଭାବେ ବୀରମହାରାଜପୁ ବିଧାୟକ ପଦ୍ମନାଭ ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରୁଷ ହକି ବିଶ୍ବକପ ରାଜ୍ୟ ସରକାରଙ୍କ ଏକ ସଫଳ କାର୍ଯ୍ୟକ୍ରମ। ଏହାର ସଫଳତା ଓଡିଶାବାସୀଙ୍କ ପାଇଁ ଏକ ଗୌରବର ବିଷୟ ବୋଲି ବୋଲି ମତ ରଖିଥିଲେ ବିଧାୟକ ପଦ୍ମନାଭ ବେହେରା ।''

ଏହା ମଧ୍ୟ ପଢନ୍ତୁ-ଚାଉଳ ବଣ୍ଟନରେ ସ୍ୱଚ୍ଛତା ଲାଗି କେନ୍ଦ୍ର ଆଣିବ ରସିଦ ବ୍ୟବସ୍ଥା, ବିଜେଡି କହିଲା ଠିକ ହେବନାହିଁ

ଆସନ୍ତାକାଲି ଠାରୁ ଟୁର୍ଣ୍ଣାମେଣ୍ଟର ମ୍ୟାଚ ଆରମ୍ଭ ହେବାକୁ ଯାଉଥିବା ବେଳେ ଗତକାଲି ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ଏହି ମ୍ୟାଚରେ ୧୬ଟି ଟିମ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ନୂତନ ଭାବେ ନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ ।

ଇଟିଭି ଭାରତ, ସୋନପୁର

ABOUT THE AUTHOR

...view details