ସୁବର୍ଣ୍ଣପୁର:ଗାଁ ଗହଳିରେ ଆଜି ବି ମଳିନ ପଡିନାହିଁ ପାଲା ପରଂପରା। ଆଧୁନିକ ସମାଜରେ ମନୋରଞ୍ଜନର ଏତେ ସବୁ ମାଧ୍ୟମ ଥିଲେ ହେଁ କିଛି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ପାଲା ପରି ଏକ ପୁରୁଣା ପରମ୍ପରାକୁ ଆଜି ବି ବଞ୍ଚାଇ ରଖିଛନ୍ତି। ଏହିପରି ଜିଲ୍ଲାର ଲେହେଡି ଗାଁ ଲୋକେ ପ୍ରତିବର୍ଷ ପଞ୍ଚ ଦୋଳରେ ପାଲା ପରିବେଷଣ କରିବା ପରମ୍ପରା ଆଜି ବି ଅତୁଟ ରଖିଛନ୍ତି। ଦୋଳ ଓ ମେଳଣ ପୂର୍ବ ପାଞ୍ଚ ଦିନ ପର୍ଯ୍ୟନ୍ତ ଗାଁରେ ପାଲା ପରିବେଷଣ କରାଯାଏ। ଗାଁ ଲୋକେ ଅତି ଉତ୍ସାହର ସହିତ ଶ୍ରୀହରି କଥାମୃତ ସେବନ କରିବା ପାଇଁ ବର୍ଷ ତମାମ ଅପେକ୍ଷା କରି ରହିଥାନ୍ତି।
ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବି ଅତୁଟ ରହିଛି ପାଲା ପରମ୍ପରା - ଖୋଳ କରତାଳରେ ଉଛୁଳି ପଡୁଛି ସୁବର୍ଣ୍ଣପୁର
ଆଧୁନିକ ସମାଜରେ ମନୋରଞ୍ଜନର ଏତେ ସବୁ ମାଧ୍ୟମ ସତ୍ବେ ସୁବର୍ଣ୍ଣପୁର ଜିଲ୍ଲାର ଲେହେଡି ଗାଁ ଲୋକେ ଆଜି ବି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ପାଲା ପରି ଏକ ପୁରୁଣା ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। ଅଧିକ ପଢନ୍ତୁ
![ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବି ଅତୁଟ ରହିଛି ପାଲା ପରମ୍ପରା ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବି ଅତୁଟ ରହିଛି ପାଲା ପରମ୍ପରା](https://etvbharatimages.akamaized.net/etvbharat/prod-images/768-512-14756967-thumbnail-3x2-pala.jpg)
ତେବେ ପୂର୍ବ ଦୁଇ ବର୍ଷ ମହାମାରୀ କୋଭିଡ ପାଇଁ ପାଲା ପରି ଏକ ପୁରୁଣା ସଂସ୍କୃତିକୁ ଗାଁ ଲୋକେ ପାଶୋରି ଦେଇଥିବା ବେଳେ ଏଥର କିନ୍ତୁ ପୁଣି ସେହି ପୁରୁଣା ସଂସ୍କୃତିକୁ ବଞ୍ଚାଇ ରଖି ତାର ପ୍ରଚାର ପ୍ରସାର କରିବା ଉଦ୍ୟମ କରିଛନ୍ତି। ପ୍ରତିଦିନ ସଂଧ୍ୟାରେ ଗାଁ ମନ୍ଦିର ପ୍ରାଙ୍ଗଣରେ ଶ୍ରୀହରି କଥା ପରିବେଷଣ କରାଯାଉଛି। ଗାୟକ ,ବାଦକ ,ପାଲିଆ ଓ କମେଡିଆନ ଚରିତ୍ର ମାନଙ୍କର କଥୋପ କଥନରେ ଗାଁ ଦାଣ୍ଡ ଉଛୁଳି ପଡୁଛି। ଏହା ଆଜି ନୁହେଁ ବାପ ଅଜା ଅମଳରୁ ଏହି ପ୍ରାଚୀନ ପରମ୍ପରା ଚାଲି ଆସିଥିବା ବେଳେ ପାଲା ପରି ଏକ ସଂସ୍କୃତିକୁ ଗାଁରେ ଅନେକ ସମୟରେ ମଞ୍ଚ ପ୍ରଦାନ କରୁଥିବାରୁ ଗର୍ବିତ ବୋଲି ଆୟୋଜକ କମିଟିର ବରିଷ୍ଠ ସଭ୍ୟ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ