ସୁବର୍ଣ୍ଣପୁର: ବୀରମହାରାଜପୁର ଥାନା ଉପର ମହଲାରୁ ତଳକୁ ଡେଇଁ ପଡିଥିବା ଅଭିଯୁକ୍ତର ମୃତ୍ୟୁ ହୋଇଛି । ବୀରମହାରାଜପୁର ଉପଖଣ୍ଡର ଟିଠିପାଲି ଗାଁର ଲିଙ୍ଗ ଅମାତକୁ ପୋଲିସ ଗତକାଲି ମଧ୍ୟାହ୍ନରେ ଥାନାକୁ ଆଣିଥିଲା । ମୃତ ଲିଙ୍ଗ ଅମାତ ମଙ୍ଗଳବାର ଦିନ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ ପାଟି ତୁଣ୍ଡ କରିଥିଲା । ଏହି ଅଭିଯୋଗରେ ତାକୁ ପୋଲିସ ପଚରା ଉଚୁରା କରିବା ପାଇଁ ଥାନାକୁ ଆଣିଥିଲା ।
ପୋଲିସ କହିବା ଅନୁଯାୟୀ ମୃତକ ଥାନାରେ ବସିଥିବା ବେଳେ ହଠାତ ଥାନାର ଉପର ମହଲାକୁ ଯାଇ ତଳକୁ ଡେଇଁ ପଡିଥିଲା । ଫଳରେ ଗୁରୁତର ଭାବେ ତାକୁ ପୋଲିସ ବୀରମହାରାଜପୁର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯାଇଥିଲା । ମୃତକର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ନହେବାରୁ ପୋଲିସ ତାକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା । ହେଲେ ଗତକାଲି ରାତିରେ ଲିଙ୍ଗ ଅମାତର ମୃତ୍ୟୁ ଘଟିଛି ।