ଓଡିଶା

odisha

ETV Bharat / state

ମା ସୁରେଶ୍ବରୀଙ୍କ ଅଳଙ୍କାର ଚୋରି ଘଟଣା, ଏବେବି ପୋଲିସ ହାତ ଖାଲି - ସୁବର୍ଣ୍ଣପୁର ପୋଲିସ ବିଫଳ

ଆଜକୁ 10 ଦିନରୁ ଅଧିକ ହେଲା ସୁବର୍ଣ୍ଣପୁର ସହରର ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ମନ୍ଦିରର ମୁଖ୍ୟ ଫାଟକ ଓ ଗମ୍ଭିରାର ଫାଟକ ଭାଙ୍ଗି ଦୁର୍ବୃତ୍ତମାନେ ଅଳଙ୍କାର ସବୁ ଚୋରି କରିଥିଲେ । ହେଲେ ଏପର୍ଯ୍ୟନ୍ତ ପୋଲିସକୁ କୌଣସି ସୁରାକ ମିଳିନାହିଁ । ଅଧିକ ପଢନ୍ତୁ

ମା ସୁରେଶ୍ବରୀଙ୍କ ମନ୍ଦିର ଚୋରି: ପୋଲିସ ହାତ ଖାଲି
ମା ସୁରେଶ୍ବରୀଙ୍କ ମନ୍ଦିର ଚୋରି: ପୋଲିସ ହାତ ଖାଲି

By

Published : Dec 11, 2021, 8:22 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁଦିନ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଥିବା ଅଭିଯୋଗ ହୋଇଛି । ଚୋରୀ, ଡକାୟତି, ରାହାଜାନି ବଢି ବଢି ଚାଲିଛି । ଦୁର୍ବୃତ୍ତମାନେ ଚୋରି କରି ଫେରାର ହୋଇଯାଉଥିବା ବେଳେ ଅନେକ ଚୋରି-ଡକାୟତି ଘଟଣାର ପର୍ଦ୍ଦାଫାସ କରି ଦୁର୍ବୃତ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳ ହେଉଥିବା ବରିଷ୍ଠ ନାଗରିକ ମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆଗରେ ଚୋରି ଘଟଣା ଗୁଡିକର ସମାଧାନ କରିବା ସହିତ ପୋଲିସ ପାଟ୍ରୋଲିଂ କଡାକଡା କରିବା ପାଇଁ ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି । ବିଶେଷ କରି ସୋନପୁର ଗଡଜାତର ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ମନ୍ଦିର ଚୋରିର କୌଣସି ସୁରାକ ଏଯାଏଁ ପୋଲିସକୁ ମିଳିନାହିଁ ।

ମା ସୁରେଶ୍ବରୀଙ୍କ ମନ୍ଦିର ଚୋରି: ପୋଲିସ ହାତ ଖାଲି

ଆଜକୁ 10 ଦିନରୁ ଅଧିକ ହେଲା ସୁବର୍ଣ୍ଣପୁର ସହରର ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ମନ୍ଦିରର ମୁଖ୍ୟ ଫାଟକ ଓ ଗମ୍ଭିରାର ଫାଟକ ଭାଙ୍ଗି ଦୁର୍ବୃତ୍ତମାନେ ଦେବୀ ମା’ଙ୍କ ଅଳଙ୍କାର ସବୁ ଚୋରି କରିନେଇଥିଲେ । ଦେବୀ ମା ପରିଧାନ କରିଥିବା ପ୍ରାୟ 20 ଭରିର ରୂପା ମୁକୁଟ ଓ ଦୁଇଟି ବଡ ବଡ ରୂପା ଛତ୍ର ଚୋରି ହୋଇଥିଲା । ଏହାସହିତ ଦେବୀଙ୍କ ପୂଜା ଆରାଧନାରେ ବ୍ୟବହାର ହେଉଥିବା ଅନ୍ୟାନ୍ୟ ଧାତୁରେ ତିଆରି ସାମଗ୍ରୀ ସବୁ ଚୋରି କରି ନେଇଥିଲେ ।

ତେବେ ଦେବୀଙ୍କ ମନ୍ଦିରରୁ ଚୋରି ହେବା ପରେ ସହରବାସୀଙ୍କ ଭକ୍ତିଭାବନାରେ ବେଶ ଆଘାତ ଲାଗିଥିବା ବେଳେ ପୋଲିସ ଉପରୁ ଜନସାଧାରଣଙ୍କ ବିଶ୍ବାସ ତୁଟି ଯାଉଛି । ବରିଷ୍ଠ ନାଗରିକ ମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆଗରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details